fbpx

ହ୍ଵିସ୍କିରେ ଥଣ୍ଡା ପାଣି ମିଶାଇବାକୁ କାହିଁକି ମନା କରନ୍ତି ଓ୍ଵାଇନ୍ ଏକ୍ସପର୍ଟ ? ଏହା ପଛର ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ହ୍ଵିସ୍କି କିମ୍ବା ଅନ୍ୟ କୌଣସି ମଦରେ ପାଣି ମିଶାଯିବା ଉଚିତ୍ କି ନାହିଁ  ଏହା ଏକ ବିତର୍କର ବିଷୟ। ଅଧିକାଂଶ ଆଲକହଲ ବିଶେଷଜ୍ଞଙ୍କ ମତରେ ହାର୍ଡ ଡ୍ରିଙ୍କକୁ ଏହାର ମୂଳ ରୂପରେ ଉପଭୋଗ କରିବା ଉଚିତ୍। ଅର୍ଥାତ ବିନା ପାଣିରେ ଛୋଟ ଛୋଟ ପ୍ୟାକ୍ କରି ପିଇବା ଉଚିତ୍। କିନ୍ତୁ ଭାରତ ଏବଂ ଏସୀୟ ଦେଶମାନଙ୍କରେ ମଦ୍ୟପାନ ସମୟରେ ମଦରେ ପାଣି ମିଶାଇବା ଏକ ସାଧାରଣ କଥା। କେବଳ ପାଣି ନୁହେଁ ଲୋକେ ତ ଜୁସ, ସୋଡା, ଏନର୍ଜି ଡ୍ରିଙ୍କ ଏବଂ ଆଉ ଆଉ କଣ କଣ ଜିନିଷ ମିଶାଇ ପିଇଥାନ୍ତି। ପାଣି ମିଶାଇବା ଦ୍ଵାରା  ମଦର କଡା ସ୍ଵାଦକୁ ସନ୍ତୁଳନ କରିବା ବ୍ୟତୀତ ଏହା ଶରୀରକୁ ବି ଠିକ୍ ରଖିଥାଏ ବୋଲି କୁହାଯାଏ।

ଅଧିକାଂଶ ଲୋକ ହ୍ଵିସ୍କିରେ ଥଣ୍ଡା ପାଣି ମିଶାଇ ପିଇବାକୁ ପସନ୍ଦ କରିଥାନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ମଦରେ ମିଶାଯାଉଥିବା ପାଣିର ତାପମାତ୍ରା ବହୁତ ବଡ ଗୁରୁତ୍ଵ ବହନ କରିଥାଏ। ଏହା ମଦର ସ୍ଵାଦ, ଫ୍ଲେବର ଉପରେ ବହୁତ ବଡ ପ୍ରଭାବ ପକାଇଥାଏ। ମଣିଷର ସ୍ଵାଦ ଗ୍ରନ୍ଥି ତରଳ ପଦାର୍ଥର ଭିନ୍ନ ଭିନ୍ନ ତାପମାତ୍ରାରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥାଏ। ଏଥିପାଇଁ ଲୋକଙ୍କ ସ୍ଵାଦ ଭିନ୍ନ ଭିନ୍ନ  ରହିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟପେୟର ଜିନିଷ ହେଉ କିମ୍ବା ତରଳ ଜିନିଷ ଥଣ୍ଡା ହେଲେ ଆମର ସ୍ଵାଦ ଗ୍ରନ୍ଥି ଠିକ୍ ଭାବେ ବୁଝି ପାରେନି। ତେଣୁ ଠିକ୍ ସ୍ଵାଦ ଜାଣିବା ପାଇଁ ହେଲେ ଖାଦ୍ୟ  ହେଉ କି ପାନୀୟ ଜଳ ଗରମ ରହିବା ଦରକାର। ଏହି କାରଣରୁ ଗରମ ବିୟରର ସ୍ଵାଦ ବହୁତ କଡା ହୋଇଥାଏ। ଆଉ ଥଣ୍ଡା କିମ୍ବା ଚିଲ୍ ବିୟର ପିଇବାରେ କୌଣସି ଅସୁବିଧା ହୋଇନଥାଏ।

ମିଶାଯାଉଥିବା ପାଣିର ତାପମାତ୍ରା କେତେ ରହିବା ଉଚିତ୍

ଓ୍ଵାଇନ ବିଶେଷଜ୍ଞଙ୍କ ଅନୁସାରେ, ମଣିଷର ସ୍ଵାଦ ଗ୍ରନ୍ଥି ୧୫ରୁ ୩୫ ଡିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟରେ ଭଲ ଭାବେ କାମ କରିଥାଏ। ୩୫ ଡିଗ୍ରୀ ତାପମାତ୍ରାରେ ସ୍ଵାଦ ଗ୍ରନ୍ଥି ସଂପୂର୍ଣ୍ଣ ଖୋଲା ରହିଥାଏ। ଖାଦ୍ୟକୁ ଚାଖିବା ପରେ ଆମର ମସ୍ତିଷ୍କକୁ ସ୍ଵାଦ ଗ୍ରନ୍ଥି ସ୍ପଷ୍ଟ ସନ୍ଦେଶ ଦେଇଥାଏ। କିନ୍ତୁ ଡ୍ରିଙ୍କ୍ସ କିମ୍ବା ଖାଦ୍ୟପଦାର୍ଥର ତାପମାତ୍ରା ୧୫ ଡିଗ୍ରୀରୁ ତଳକୁ ହେଲେ ସ୍ଵାଦ ଗ୍ରନ୍ଥି ମସ୍ତିଷ୍କକୁ ସଠିକ୍ ସନ୍ଦେଶ ପଠାଇ ପାରେ ନାହିଁ। ଏହି କାରଣରୁ ଆମେ ଠିକ୍ ଭାବେ ଖାଦ୍ୟର ସ୍ଵାଦ ଜାଣି ପାରିନଥାଉ। ଅର୍ଥାତ ମଦକୁ ଥଣ୍ଡା ପାଣି ସହ ମିଶାଇ ପିଇଲେ ଆମର ସ୍ଵାଦ ଗ୍ରନ୍ଥି ଶାନ୍ତ ପଡିଯାଏ ଏବଂ ଫ୍ଲେବର ଠିକ୍‌ରେ ବୁଝି ହୁଏ ନାହିଁ। ଏହି କାରଣରୁ ଓ୍ଵାଇନ ଏକ୍ପପର୍ଟ ମହଙ୍ଗା ମଦକୁ ବିନା ପାଣି ମିଶାଇ ପିଇବାକୁ ପରାମର୍ଶ ଦେଇଥାନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ହ୍ଵିସ୍କିର ସଠିକ୍ ଫ୍ଲେବର ଜାଣିବା ପାଇଁ ପାଣିର ତାପମାତ୍ର କୋଠରୀର ତାପମାତ୍ରାଠୁ କିଛିଟା ଅଧିକ ରହିବା ଦରକାର।

Get real time updates directly on you device, subscribe now.