fbpx

କିଡନୀରୁ ବାହାରିଲା ୧୦ କିଲୋ ଓଜନର ଟ୍ୟୁମର.. ଫୁଟବଲ୍ ସାଇଜ୍‌ର ଟ୍ୟୁମର ବାହାର କଲେ ଡାକ୍ତର ।

ନୂଆଦିଲ୍ଲୀ: ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଏବଂ ୟୁରୋଲୋଜିର ଡାକ୍ତରୀ ଦଳ ୫୩ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ୧୦ କିଲୋଗ୍ରାମ ଓଜନର ଏକ ଫୁଟବଲ୍ ଆକାରର କିଡନୀ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି । ହସ୍ପିଟାଲ ତରଫରୁ ମିଳିଥିବା ସୂଚନା ଅନୁସାରେ ଏହି ସଫଳ ଅସ୍ତ୍ରୋପଚାର ତେଲେଙ୍ଗାନା ରାଜ୍ୟରେ ପ୍ରଥମ ଏବଂ ଦେଶରେ ଦ୍ୱିତୀୟ ଘଟଣା ।

ଡକ୍ଟର ମଲ୍ଲିକାର୍ଜୁନ ସିଙ୍କ ନେତୃତ୍ୱରେ ୟୁରୋଲୋଜିଷ୍ଟମାନଙ୍କର ଏକ ଟିମରେ ଡା. ତୈଫ ବେନ୍ଦିଗେରୀ ଏବଂ ଡା. ରାଜେଶ କେ ରେଡ୍ଡୀ ସାମିଲ ଥିଲେ । ସେ ଏହି ଚ୍ୟାଲେଞ୍ଜିଂ ପ୍ରକ୍ରିୟାକୁ ସଫଳତାର ସହ ପୂର୍ଣ୍ଣ କରିଥିଲେ । ଡାକ୍ତରଙ୍କ କହିବାନୁସାରେ କଡପା ନିବାସୀ ରୋଗୀଙ୍କ ପେଟ ଫୁଲିଯିବା କାରଣରୁ ଏଆଇଏନୟୁକୁ ସ୍ଥାନାନ୍ତର କରାଯାଇଥିଲା । ପରୀକ୍ଷା କରାଯିବା ପରେ ଜଣାପଡିଥିଲା ଯେ ତାଙ୍କ ବାମ କିଡନୀରୁ ଟ୍ୟୁମର ସୃଷ୍ଟି ହେଉଛି ।

ଡକ୍ଟର ମଲ୍ଲିକାର୍ଜୁନ କହିିଛନ୍ତି ଯେ, “ଟ୍ୟୁମରର ଆକାରକୁ ଦୃଷ୍ଟିରେ ରଖି ସେମାନେ ରୋବୋଟିକ୍ ପ୍ରଣାଳୀକୁ ଏଡ଼ାଇ ଦେଇଥିଲେ ଏବଂ ଏହା ବଦଳରେ ଓପନ ସର୍ଜରୀ କରିବାର ନିଷ୍ପତ୍ତି ନେଇଥିଲେ । ବହୁ ଚେଷ୍ଟା ପରେ ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ଜାଣିବାକୁ ମିଳିଥିଲା ଯେ ଟ୍ୟୁମରଟି ବହୁତ ବଡ ଏବଂ ଏହା ଏକ ଫୁଟବଲ ଆକାରର ।

ଡା. ତୈଫ ବେନ୍ଦିଗେରୀ ଏବଂ ଡା. ରାଜେଶ କେ ରେଡ୍ଡୀ କହିଛନ୍ତି ଯେ, “ପେଟରେ ଫୁଲା ହେବା ପରେ ମଧ୍ୟ ରୋଗୀ ଜଣଙ୍କ ଏଥିପ୍ରତି ଧ୍ୟାନ ଦେଇନଥିଲେ ଏବଂ ଯନ୍ତ୍ରଣା ସତ୍ତେ୍ୱ ଏହାକୁ ଅଣଦେଖା କରିଥିଲେ । ଶେଷରେ ଡାକ୍ତରୀ ଦଳ ବାମ କିଡନୀକୁ ବାହାର କରିଦେଇଥିଲେ । ଟ୍ୟୁମର ଅନ୍ୟ କୌଣସି ଅଙ୍ଗକୁ ବ୍ୟାପି ନଥିବାରୁ ରୋଗୀଙ୍କୁ ଅତିରିକ୍ତ ଥେରାପିର ଆବଶ୍ୟକତା ନଥିଲା ।

 

Get real time updates directly on you device, subscribe now.