fbpx

ସ୍କୁଟି ରଖିବା ମାତ୍ରେ ନାଳରେ ପଡ଼ିଲେ ଯୁବତୀ.. ହେଉଛନ୍ତି ଟ୍ରୋଲ୍‌ର ଶିକାର

ନୂଆଦିଲ୍ଳୀ: ଝିଅ ମାନେ ସାଧାରଣତଃ ସ୍କୁଟି ଚଲାଇବାକୁ ଭାରି ଭଲ ପାଆନ୍ତି । ସ୍କୁଟି ବହୁତ ହାଲୁକା ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହୋଇଥାଏ । ତେବେ ସ୍କୁଟି ଚଳାଇବା ସମୟରେ ଅଧିକାଂଶ ଯୁବତୀ ସ୍କୁଟିରୁ ତଳେ ପଡ଼ି ଯାଉଥିବା ଭିଡିଓ ଅନେକ ଥର ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏଭଳି ଏକ ସମାନ ଭିଡିଓ ସାମ୍ନାକୁ ଆସିଛି । ସ୍କୁଟି ଚଳାଉଥିବା ବେଳେ ଜଣେ ଯୁବତୀ ନାଳରେ ପଡ଼ି ଯାଇଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଝିଅମାନେ ସ୍କୁଟି ଚଳାଇବା ସମୟରେ ଅନେକ ଦୁର୍ଘଟଣା ସାମ୍ନାକୁ ଆସେ । ଏବଂ ଯେତେବେଳେ ସେମାନେ କିଛି ଭୁଲ୍ କରନ୍ତି, ସେମାନେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ମଧ୍ୟ ହୋଇଆନ୍ତି । ତେବେ ଜଣେ ଯୁବତୀ ନିଜ ସ୍କୁଟି ରଖି ନାଳରେ ପଡ଼ିଯାଇଥିବାର ଭିଡିଓ ସାମ୍ନାକୁ ଆସିଛି ।

ତେବେ ଏହି ଭିଡିଓକୁ ଅନ୍ୟ ଜଣେ ଯୁବତୀ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଏକ ଛକରେ ଟ୍ରାଫିକ୍ ସିଗନାଲ୍ ଲାଲ୍ ହୋଇଥିବାରୁ ସମସ୍ତ ଦୁଇ ଚକିଆ ଯାନ ସିଗନାଲକୁ ଅପେକ୍ଷା କରି ଠିଆ ହୋଇଛନ୍ତି। ଠିକ ଏହି ସମୟରେ ପଛରୁ ଜଣେ ଯୁବତୀ ସ୍କୁଟିରେ ଆସି ବ୍ରେକ୍ ଲଗାଇ ସ୍କୁଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସ୍କୁଟିକୁ ଅଟକାଇବାବେଳେ ସେ ଭାରସାମ୍ୟ ହରାଇ ସିଧା ରାସ୍ତାର ବାମ ପାର୍ଶ୍ୱରେ ଥିବା ଡ୍ରେନ୍‌ରେ ପଡ଼ିଯାଇଥିଲା । ସ୍କୁଟି ଗୋଟିଏ ପାର୍ଶ୍ୱଚୁ ଢଳି ଯିବା ଦ୍ୱାରା ଯୁବତୀ ନିଜକୁ ସମ୍ଭାଳିବାକୁ ଅସମର୍ଥ ହୋଇ ନାଳରେ ପଡ଼ି ଯାଇଥିଲେ ।

ସୁବଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସିଗନାଲ ସବୁଜ ହେବା ପାଇଁ ଅପେକ୍ଷା କରିଥିବା ଲୋକମାନେ କ’ଣ ହୋଇଛି ତାହା ତୁରନ୍ତ ବୁଝି ପାରିଲେ ନାହିଁ । କିନ୍ତୁ ପରେ ସେମାନେ ପଛକୁ ଚାହିଁ ଦେଖିଥିଲେ ଯେ ଯୁବତୀ ଜଣଙ୍କ ନାଳରେ ପଡ଼ି ଯାଇଛନ୍ତି । ପରେ ଯୁବତୀଙ୍କୁ ନାଳରୁ ବାହାର କରି ଘରକୁ ପଠାଇଥିଲେ । ତେବେଏହି ଭାଇରାଲ ଭିଡିଓରେ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି ।

Get real time updates directly on you device, subscribe now.