fbpx

(Video) ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ ! ଆଉ ହେବନି କୋଳେଇ

ପୁରୀ: ଶ୍ରୀମନ୍ଦିରୁ ପଥର ଖସିବା ଆଉ ଏବେ ଶ୍ରୀମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭ ଦୁର୍ବଳ ହୋଇଯିବା ଖବର କଳିଯୁଗ ସରି ସରି ଆସୁଥିବା କଥାକୁ ବାରମ୍ବାର ସାବ୍ୟସ୍ତ କରୁଛି । ମାଳିକା ବଚନ ସତ ବୋଲି ଏହି ସବୁ ଘଟଣା ବାରମ୍ବାର ଆଖିରେ ଆଙ୍ଗୁଠି ଗେଞ୍ଜି କହୁଛି । ବିଶ୍ୱାସ ହେଉ ନଥିଲେ ବି ବାରମ୍ବାର ବିଶ୍ୱାସ କରିବା ପାଇଁ ବାଧ୍ୟ କରୁଛି । ଆଉ ଏବେ ଗରୁଡ଼ ସ୍ତମ୍ଭ ଦୁର୍ବଳ ହୋଇଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏମିତି କିଛି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ପ୍ରଶାସନର କହିବା ମୁତାବିକ ଭକ୍ତ ମାନେ ପ୍ରତି ଦିନ ଗରୁଡ଼ ସ୍ତମ୍ଭକୁ ଛୁଇଁବା କାରଣରୁ ସ୍ତମ୍ଭ ପତଳା ହୋଇଗଲାଣି । ପତଳା ହେବାର କାରଣ ହେଉଛି ସ୍ତମ୍ଭଟି କୌଣସି ପଥରରେ ତିଆରି ହୋଇନି । ସ୍ତମ୍ଭଟି ଚନ୍ଦନ କାଠର ଜୀବାସ୍ମରେ ନିର୍ମାଣ କରାଯାଇଛି । ଯାହାଫଳରେ ଭକ୍ତଙ୍କର ଛୁଇଁବା କାରଣରୁ ସରି ସରି ଗଲାଣି ଗରୁଡ଼ ସ୍ତମ୍ଭ ।

ସେପଟେ ଯଦି ଦେଖିବା ଏହାକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଗରୁଡ଼ ସ୍ତମ୍ଭ ଚାରିପାଖକୁ ରୂପା ଦ୍ୱାରା ଘୋଡ଼ାଇ ଦିଆଯିବ । ଯାହାପରେ ଗରୁଡ଼ ସ୍ତମ୍ଭ ଉପରେ ଆଉ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ । ଯେଉଁଥିପାଇଁ ୧୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏତେ ପରିମାଣରେ ରୂପା ଜଣେ ପଶ୍ଚିମବଙ୍ଗର ଭକ୍ତ ଦେବେ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି ।

Get real time updates directly on you device, subscribe now.