fbpx

ପୁରୁଷ ବି ଶିଶୁଙ୍କୁ ଜନ୍ମ ଦେଇ ପାରିବ, ସ୍ତନ୍ୟପାନ କରାଇ ପାରିବ: ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକଙ୍କ ଟେକ୍ନିକାଲ ପ୍ରୋସେସ୍

ନୂଆଦିଲ୍ଲୀ: ଗତ ୧୯୭୪ରେ ‘କୁଆଁରା ବାପ’ ନାମକ ଏକ ଫିଲ୍ମ ମୁକ୍ତିଲାଭ କରିଥିଲା । ଉକ୍ତ ଫିଲ୍ମରେ ସିନେ ତାରକା ମହମୁଦ ଏକ ଗରିବ ରିକ୍ସାବାଲା ଭୂମିକାରେ ଆସିଥିଲେ । ଫିଲ୍ମରେ ସେ ଗୋଟିଏ ଶିଶୁକୁ ମାଆ ପରି ଲାଳନ ପାଳନ କରିଥିଲେ । ଏଥିସହିତ ଫିଲ୍ମରେ ସେ ଭାବନାତ୍ମକ ଭାବେ ଏକ ସନ୍ତାନର ମାଆ ବନିଥିଲେ । ତେବେ ଅନୁରୂପ ଭାବେ ନିକଟରେ ‘ମିଷ୍ଟର ମମି’ ନାମକ ଏକ ଫିଲ୍ମ ରିଲିଜ ହୋଇଛି । ଉକ୍ତ ଫିଲ୍ମରେ ଅଭିନେତା ରିତେଶ ଦେଶମୁଖ ବାୟୋଲୋଜିକାଲି ମାଆ ହେବା ସହିତ ଗର୍ଭବତୀ ହୋଇଛନ୍ତି ।

ତେବେ ବାସ୍ତବ ଜୀବନରେ ଏହା କ’ଣ ସମ୍ଭବ । ଗୋଟିଏ ପୁରୁଷ କ’ଣ ମହିଳାଙ୍କ ପରି ଗର୍ଭଧାରଣ କରିବା ସହ ସନ୍ତାନକୁ ସ୍ତନ୍ୟପାନ କରାଇ ପାରିବ । ଏହା ଆଗାମୀ ଦିନରେ ସତ ହେବାକୁ ଯାଉଛି । ବୈଜ୍ଞାନିକମାନେ ଏ ଦିଗରେ ରିସର୍ଚ୍ଚ ଜାରି ରଖିଛନ୍ତି । ଏନେଇ ଖୁବଶୀଘ୍ର ସଫଳତା ମିଳିବ ବୋଲି ଆଶା କରାଯାଉଛି । ମହିଳା ଓ ପୁରୁଷଙ୍କ ରିପ୍ରଡକ୍ଟିଭ ଅଙ୍ଗ ମଧ୍ୟରେ ଫରକ ରହିଥାଏ । ଗର୍ଭଧାରଣ ପାଇଁ ମହିଳାଙ୍କର ଶରୀରରେ ଏକ ଜରୁରୀ ଅଙ୍ଗ ୟୁଟ୍ରସ ବା ଗର୍ଭାଶୟ ରହିଥାଏ । ଜଣାଶୁଣା ଦାର୍ଶନିକ ଜୋସେଫ ଫ୍ଲେଚର ୧୯୭୪ରେ ପୁରୁଷଙ୍କ ଶରୀରରେ ୟୁଟ୍ରେସ ପ୍ରତିରୋପଣ କରିବାର ପରିକଳ୍ପନା କରିଥିଲେ ।

‘ଦି ଏଥିକ୍ସ ଅଫ୍ ଜେନେଟିକ କଣ୍ଟ୍ରୋଲ’ ନାମକ ପୁସ୍ତକରେ ଏ ବାବଦରେ ଆଇଡିଆ ଦିଆଯାଇଥିଲା । ଗର୍ଭାଶୟ ପ୍ରତିରୋପଣ ମାଧ୍ୟମରେ ପୁରୁଷ ସନ୍ତାନ ଜନ୍ମ କରିପାରିବ । ଏପରିକି ବ୍ରେଷ୍ଟ ଫିଡିଂ ପାଇଁ ନିପଲ୍ସ ଓ ଗ୍ଲାଣ୍ଡସରେ ସମାନତା କାରଣରୁ ଶିଶୁଙ୍କୁ ସ୍ତନ୍ୟପାନ ମଧ୍ୟ କରାଇ ପାରିବେ । ପୁରୁଷମାନେ ଗର୍ଭଧାରଣ କରିବା ସପକ୍ଷରେ କିଛି ବୈଜ୍ଞାନିକ ମତ ଦେଇଛନ୍ତି ।

ଆମେରିକାର ଏକ ରିପୋର୍ଟ ମୁତାବକ, ଆଜିକାଲି ଇନଫର୍ଟିଲିଟି ସମସ୍ୟା ବଢ଼ିବାରେ ଲାଗିଛି । ତେଣୁ ଏପରି ସ୍ଥିତିରେ ପୁରୁଷମାନେ ସନ୍ତାନ ଜନ୍ମ କରିବା ଭାର ସମ୍ଭାଳିବା ଜରୁରୀ । ମାତ୍ର ଏନେଇ ବହୁ ସମୟ ଲାଗିବ । ପୁରୁଷଙ୍କ ପ୍ରେଗନାନ୍ସି କ୍ଷେତ୍ରରେ ହରମୋନର ଅଭାବ, ରିପ୍ରଡକ୍ଟିଭ ସିଷ୍ଟମର ଅଭାବ, ୟୁଟ୍ରସ ଓ ଓଭରି ପରି ଅଙ୍ଗର ଅଭାବ ପରି ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହେବ ।

ତେବେ ଏହି ଚାରିଟି ଚ୍ୟାଲେଞ୍ଜ ମଧ୍ୟରୁ ବୈଜ୍ଞାନିକମାନେ ୩ଟି ପୂରଣ କରିପାରିବେ ବୋଲି ଜଣାପଡ଼ିଛି । ହର୍ମୋନାଲ ଥେରାପି ମାଧ୍ୟମରେ ହରମୋନର ଅଭାବ ପୂରଣ ହୋଇପାରିବ । ଲିଙ୍ଗ ପରିବର୍ତ୍ତନ କରି ରିପ୍ରକ୍ଟିଭ ସିଷ୍ଟମ ପ୍ରସ୍ତୁତ କରାଯାଇ ପାରିବ । ୟୁଟ୍ରସ ପ୍ରତିରୋପଣ ମାଧ୍ୟମରେ ପୁରୁଷଙ୍କର ୟୁଟ୍ରସ ଅଭାବ ପୂରଣ ହୋଇପାରିବ । ତେବେ ପୁରୁଷ ଗର୍ଭଧାରଣ ପାଇଁ ୟୁଟେରାଇନ ଟ୍ରାନ୍ସପ୍ଲାଣ୍ଟ ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଏଥିପାଇଁ ୟୁଟ୍ରସ, ସର୍ବିକ୍ସ, ଭେଜାଇନଲ କଫ ପରି ଅଗ୍ରାନ୍ସକୁ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ । ପରେ ଏହାକୁ ବିଭିନ୍ନ ଟିସୁ ସହିତ ସଂଯୋଗ କରିବାକୁ ପଡ଼ିବ । ପୁରୁଷ ଶରୀରରେ ୟୁଟ୍ରସ ପାଇଁ ପୂର୍ବରୁ ସ୍ଥାନ ନଥାଏ । ତେଣୁ ସର୍ଜରୀ ମାଧ୍ୟମରେ ସ୍ଥାନ ବାହାର କରିବାକୁ ପଡ଼ିବ । ୟୁଟେରାଇନ ଟ୍ରାନ୍ସପ୍ଲାଣ୍ଟ ସଫଳ ହେଲେ ନିଜର ସ୍ପର୍ମକୁ ବ୍ୟବହାର କରି ପୁରୁଷ ଆଇବିଏଫ ମାଧ୍ୟମରେ ପ୍ରେଗନାଣ୍ଟ ହୋଇପାରିବ । ତା’ପରେ ରିଜେରିୟନ ଅପରେସନ ମାଧ୍ୟମରେ ପୁରୁଷ ଶିଶୁକୁ ଜନ୍ମ ଦେବାରେ ସକ୍ଷମ ହୋଇପାରିବ ।

Get real time updates directly on you device, subscribe now.