fbpx

(Video) ଗଧକୁ ପିଠିରେ ନେଇ ବସ ଉପରେ ଚଢ଼ିଲା ବ୍ୟକ୍ତି: ଲୋକ କହିଲେ-‘ପାକିସ୍ତାନରେ ସବୁ କିଛି ସମ୍ଭବ’

ଇଣ୍ଟରନେଟରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ କେବେ କେବେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଯାଏ ଯାହାକି ମନକୁ ଛୁଇଁଯାଏ ଓ ମଜାଦାର ହୋଇଥାଏ । ଗଧକୁ ସାଧାରଣତଃ ଆପଣମାନେ ଜିନିଷପତ୍ର ଲଦି କରି ନେଉଥିବାର ଦେଖିଥିବେ । ଏଥିପାଇଁ ଆବଶ୍ୟକକୁ ଧ୍ୟାନରେ ରଖି ଅନେକ ଲୋକ ଗଧ ପାଳନ୍ତି, କାହିଁକି ନା ସେମାନଙ୍କ ଖାଇବା-ପିଇବା ଖର୍ଚ୍ଚ ବହୁତ କମ୍ ହୋଇଥାଏ । ଏହା ସହ ଗଧକୁ ଯେଉଁ ରାସ୍ତାରେ ଚାଲିବାକୁ ମାଲିକ କୁହେ, ସେ ଶାନ୍ତିରେ ସେହି ରାସ୍ତାରେ ଚାଲିଥାଏ । ବେଳେବେଳେ ଗଧ ଉପରେ ମଣିଷ ବସି ଯାଉଥିବାର ତ ଆପଣମାନେ ଦେଖିଥିବେ । ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗଧକୁ ଜଣେ ବ୍ୟକ୍ତି ନିଜ ପିଠି ଉପରେ ରଖି ନେଉଥିବା ଦେଖିବାକୁ ମିଳିଛି ।

ଟ୍ୱିଟରରେ ଭାଇରାଲ ହେଉଥିବା ଏହି ମଜାଳିଆ ଭିଡିଓରେ ଆପଣ ଦେଖିପାରିବେ କି, ଜଣେ ବ୍ୟକ୍ତି ନିଜ ପିଠୀରେ ଗଧକୁ ଲଦି ବସ ଉପରେ ଚଢ଼ୁଛି । ଗଧଟି ସେହି ସମୟରେ ଅତି ଶାନ୍ତିରେ ବ୍ୟକ୍ତି ଉପରେ ଲଦି ହୋଇ ରହିଛି । ବ୍ୟକ୍ତି ଜଣକ ମଧ୍ୟ ଧୀରେ ଧୀରେ ବସର ଛାତ ଉପରକୁ ଗଧ ସହ ଚଢ଼ିଗଲା ଓ ପହଞ୍ଚିବା ପରେ ଗଧକୁ ତଳକୁ ଓହ୍ଲାଇଦେଇଥିଲା ।

ଭିଡିଓରେ ଦେଖାଯାଉଥିବା ଏହି ଦୃଶ୍ୟ ପାକିସ୍ତାନର କୌଣସି ବସଷ୍ଟାଣ୍ଡର ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ କୌଣସି ଗଧକୁ ମଣିଷ ନିଜ ପିଠିରେ ଲଦି ଯାଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ୟୁଜର୍ସମାନେ ନିଜ ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ଏହି ମଜାଦାର ଭିଡିଓକୁ ଟ୍ୱିଟର ହ୍ୟାଣ୍ଡଲ “@HasnaZarooriHai’ ରୁ ସେୟାର କରାଯାଇଛି ଓ ଏହା ସହ କ୍ୟାପସନରେ ଲେଖାଯାଇଛି କି, ‘ଗଧ ଉପରେ ମଣିଷ ବସିବାର କଥା ତ ଶୁଣିଥିଲୁ ଓ ଦେଖିଥିଲୁ, କିନ୍ତୁ ଏବେ ବ୍ୟକ୍ତି ଉପରେ ଗଧ ବସାଇ ନେବାର ଦେଖିଲୁ । ପାକିସ୍ତାନରେ ସବୁକିଛି ସମ୍ଭବ ।’

Get real time updates directly on you device, subscribe now.