fbpx

ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ୧ନମ୍ବର ଜୋନ ହାଟଭରଣ୍ଡି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଚନ୍ଦ୍ର ମୋହନ ହାଲବାଙ୍କ ଗତକାଲି ରାତ୍ରି ୯ଘଣ୍ଟିକା ସମୟରେ ପରଲୋକ ହୋଇଯାଇଛି । ଚନ୍ଦ୍ର ମୋହନ ହାଲବା ବିଜେଡି ଦଳ ତରଫରୁ ନିର୍ବାଚନ ଲଢି ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଏକ ନୋ ଜୋନ ଜିଲ୍ଲା ପରିଷଦ ସଭ୍ୟ ରୂପେ ନିର୍ବାଚିତ ହୋଇ କାର୍ଯ୍ୟ ସୂଚାରୁପେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଏବଂ ସେ ବିଜେଡି ଦଳରେ ଜଣେ ସକ୍ରିୟ କର୍ମୀସହ ମିଷ୍ଟଭାଷୀ ମେଳାପି ଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ପୈତୃକ ଗ୍ରାମ କାଉଡୋଲା ଠାରେ ୧୦ଘଣ୍ଟିକା ସମୟରେ ଅନ୍ତିମ ସଂସ୍କାର ହୋଇଥିବା ଜଣାପଡିଛି । ଅନ୍ତିମ ସଂସ୍କାର ସମୟରେ ବିଜେଡିର ବହୁ କର୍ମୀ ଗ୍ରାମବାସୀଙ୍କ ସହ ପରିବାର ଲୋକେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.