fbpx

ବିଧାନସଭା ଶୀତ ଅଧିବେସନ ଆଜିଠାରୁ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏହା ୨୪ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । କୋଭିଡର ଭୟାବହତା କମିଥିବାରୁ ଚଳିତ ବର୍ଷ ବିନା କଟକଣାରେ ଚାଲିବ ଗୃହ କାର୍ଯ୍ୟ ।

ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ । ଏହାକୁ ନେଇ ୩୦ ଓ ୧ ତାରିଖ, ଦୁଇଦିନ ଧରି ଖର୍ଚ୍ଚଦାବୀ ଉପରେ ଆଲୋକଚନା କରାଯିବ ।

ସେହିପରି ୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ । ବିଧାନସଭା ଶୀତକାଳିନ ଅଧିବେସନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ । ରାଲି, ଧାରଣା ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ଷ୍ଟ୍ରାଇକିଂ ଫୋର୍ସ, କୁଇଜ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୋଲିସ, ରୂପ ଟଫ ସିକ୍ୟୁରିଟି, ସାଧା ପୋଷାକ ଧାରୀ ପୋଲିସଙ୍କୁ ମୃତୟନ କରାଯିବ ।

Get real time updates directly on you device, subscribe now.