fbpx

ଜାମା ମସଜିଦ ମହିଳାଙ୍କ ପାଇଁ ନୂଆ ନିୟମ; ଏକୁଟିଆ କିମ୍ବା ଗୋଷ୍ଠୀରେ ମହିଳା ମାନେ କରି ପାରିବେ ନାହିଁ ପ୍ରବେଶ

ନୂଆଦିଲ୍ଲୀ:ଦିଲ୍ଲୀର ଜାମା ମସଜିଦ ମହିଳା ମାନଙ୍କ ଉପରେ ପୁଣି ଏକ ପ୍ରତିବନ୍ଧକ ଲଗାଇଛି । ମସଜିଦ ଭିତରକୁ ମହିଳା ମାନଙ୍କୁ ଏକା କିମ୍ବା ମହିଳା ଗୋଷ୍ଠୀ ଭାବରେ ପ୍ରବେଶକୁ ନିଶେଧ କରାଯାଇଛି ।
ଏହାକୁ ନେଇ ଜାମା ମସଜିଦ ଆଉ ଏକ ନୂଆ ସର୍ତ୍ତ ଜାରି କରିଛି । ସେ କହିଛି ଯେ ମସଜିଦ ଭିତରକୁ ଏକୁଟିଆ ମହିଳା ଯାଇ ପାରିବେ ନାହିଁ । କେବଳ ପୁରୁଷ ମାନଙ୍କ ସହିତ ସେମାନେ ଭିତରକୁ ଯାଇ ପାରିବେ ।

ପୂର୍ବରୁ ଯେତେବେଳେ ଜାମା ମସଜିଦ ଉପରେ ମହିଳାମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନଥିଲା ଯେତେବେଳେ ମହିଳା ଏଠାକୁ ପ୍ରାର୍ଥନା କରିବା ପାଇଁ ଆସୁଥିଲେ । କିନ୍ତୁ ଜାମାର କମିଟିଙ୍କର ଏବେ କହିବା କଥା ଅନୁସାରେ ଏବେ ମହିଳାମାନେ ପରିବାରର କୌଣସି ପୁରୁଷଙ୍କ ସହିତ ହିଁ ଜାମା ଭିତରକୁ ପ୍ରବେଶ କରିପାରିବେ । ତେବେ ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଏହି ଘଟଣାକୁ ସଂଜ୍ଞା ହିନ ବୋଲି କହିଛନ୍ତି ।

ଦିଲ୍ଲୀ ମହିଳା ଆୟୋଗ ଏହାକୁ ତାଳିବାନି ଫୈସଲା ବୋଲି ଦର୍ଶାଇ ସୁପ୍ରିମ କୋର୍ଟରେ ଏକ ନୋଟିସ ଜାରି କରିଛନ୍ତି । ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିବାନି କହିଛନ୍ତିି ଯେ ଏହା ବାସ୍ତବରେ ହେଉଛି ତାଲିବାନି ଶାସନ । ଯେଉଁପରି ଭାବରେ ଇରାନରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ହେଉଛି ସେହି ଭଳି ଦିଲ୍ଲୀରେ ମଧ୍ୟ ସେମାନେ କରିବାକୁ ଚେଷ୍ଟା କରୁଛନ୍ତି । ଯେଉଁଠାରେ ଜଣେ ପୁରୁଷ କୁ ପ୍ରାର୍ଥନା କରିବାକୁ ମଉକା ମିଳୁଛି ସେଠାରେ ଜଣେ ମହିଳା ପ୍ରତି ଏବେ ଅବିଚାର କଣ ପାଇଁ । ଏହାକୁ ଯଥା ଶୀଘ୍ର ବନ୍ଦ କରିବା ଆବଶ୍ୟକ ବୋଲି ମାଲିବାନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.