fbpx

ନାବାଳିକାଙ୍କୁ ଦୁଷ୍କର୍ମ ହେଉଥିବା ଦେଖି ନୃଶଂସତା ଦେଖାଇଲେ ହେଡମାଷ୍ଟର: ବଞ୍ଚାଇବା ବଦଳରେ ନିଜେ କଲେ ଦୁଷ୍କର୍ମ

ନୂଆଦିଲ୍ଲୀ:ବିହାରର ଏକ ଗ୍ରାମରେ ନାବାଳିକା ଶୌଚ କରିବାକୁ ଯାଇଥିବା ସମୟରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଶନିବାର ଦିନ ବିହାରର କୈମୁର ଜିଲ୍ଲାରେ ଜଣେ ୧୪ ବର୍ଷର ନାବାଳିକାକୁ କିଛି ଯୁବକ ଅପହରଣ କରି ନେଇଥିବାର ଅଭିଯୋଗ ହୋଇଥିଲା । ଏବଂ ଶନିବାର ଦିନ ସେହି ଯୁବକଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ତେବେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ଦେଖି ସେଠାରୁ ପଳାଇ ଯାଇଥିଲେ । ପୀଡିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ପ୍ରଧାନ ଶିକ୍ଷକ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ସମୟରେ ଚାରି ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ । ସେମାନେ ପିଡ଼ିତାଙ୍କୁ କିଛି ଦୂରରେ ଥିବା ଏକ ଶୂନଶାନ ସ୍ଥାନକୁ ନେଇ ଯାଇଥିଲେ, ତା’ପରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟ ଯୁବକମାନେ ଠିଆ ହୋଇ ଦେଖୁଥିଲେ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାରି ଯୁବକଙ୍କୁ ନାବାଳିକାକୁ ଜବରଦସ୍ତି ନେଉଥିବାର ଦେଖି ଅନୁସରଣ କରିଥିଲେ । ଯୁବକମାନେ ପ୍ରଧାନ ଶିକ୍ଷକଙ୍କୁ ଦେଖି ପଳାଇ ଯାଇଥିଲେ । ତେବେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଭାସ୍କର ବୋଲି ଜଣାପଡିଛି । ପିଡିତା ପୋଲିସକୁ କହିଛନ୍ତିି ଯେ ସେ ଭାବୁଥିଲେ ପ୍ରଧାନଶିକ୍ଷକ ତାଙ୍କୁ ବଞ୍ଚାଇବେ, କିନ୍ତୁ ସେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ରକ୍ତରେ ଜୁଡ଼ୁବୁଡ଼ୁ ଥିବା ଅବସ୍ଥାରେ ପିଡ଼ିତାଙ୍କୁ ବୁଦା ଭିତରେ ଛାଡ଼ିଦେଇଥିଲେ । ପୋଲିସ କହିଛି ଯେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଏବଂ ଯୁବକମାନଙ୍କ ବିରୋଧରେ ଯୌନ ଅପରାଧ ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଛି ।

 

ପିଡ଼ିତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ଆଇପିସି ଧାରା ୧୬୪ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପିଡ଼ିତାଙ୍କ ବୟାନ ରେକର୍ଡ ହେବ । ଯୁବକ ଫେରାରଥିବା ବେଳେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଭଭୁଆର ଡିଏସପି ସୁନୀଲ କୁମାର କହିଛନ୍ତି ଯେ, ଯେଉଁ ତିନି ଜଣଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.