fbpx

Samsungକୁ ଦରକାର ୧୦୦୦ ଇଞ୍ଜିିନିୟର: ଏହି ଡିଗ୍ରୀ ଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତର ଟପ୍ ଇଞ୍ଜିୟରିଂ ଇନଷ୍ଟିଚ୍ୟୁଟ୍ ଓ ଆଇଆଇଟିର ଇଞ୍ଜିନିୟର ପ୍ରାର୍ଥୀଙ୍କୁ ଚାକିରି ପାଇବାର ଆସିଛି ସୁବର୍ଣ୍ଣ ସୁଯୋଗ । ସାମସଙ୍ଗ କମ୍ପାନୀ ଭାରତର ବିଭିନ୍ନ ଆରୀ ଆଣ୍ଡି ଡି ଇନଷ୍ଟିଚ୍ୟୁଟ୍ ପାଇଁ ଇଞ୍ଜିନିୟର ପଦବୀ ନିଯୁକ୍ତ କରିବାକୁ ଯୋଜନା କରୁଛି । ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ୧୦୦୦ ପୋଷ୍ଟ ନିଯୁକ୍ତି କରିବାକୁ ଯୋଜନା ରହିଛି । ଆଜିର ସମୟରେ ଯେଉଁଠାରେ ବଡ଼ ବଡ଼ ଟେକ୍ କମ୍ପାନୀ ନିଜ କର୍ମଚାରୀଙ୍କୁ ଛଟେଇ କରୁଛି, ସାମସଙ୍ଗର ଏହି ଯୋଜନା ଆପଣଙ୍କୁ ରିଲିଫ୍ ଦେବାକୁ ଯାଉଛି । ସାମସଙ୍ଗ ଏହି ଇଞ୍ଜିନିୟରଙ୍କ ନିଯୁକ୍ତି ଭାରତର ବିଭିନ୍ନ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନରେ କରିବ ।

ରିପୋର୍ଟ ଅନୁଯାୟୀ, ସାମସଙ୍ଗ ଏହି ଇଞ୍ଜିନିୟରମାନଙ୍କ ସିଲେକ୍ସନ୍ ଆର ଆଣ୍ଡ ଡି ଇନଷ୍ଟିଚ୍ୟୁଟ୍-ବାଙ୍ଗାଲୁରୁ (ଏସଆରଆଇ-ବି), ସାମସଙ୍ଗ ଆର ଆଣ୍ଡ ଡି ଇନଷ୍ଟିଚ୍ୟୁଟ୍-ନୋଏଡା, ସାମସଙ୍ଗ ଆର ଆଣ୍ଡ ଡି ଇନଷ୍ଟିଚ୍ୟୁଟ୍-ଦିଲ୍ଲୀ ଏବଂ ସାମସଙ୍ଗ ସେମିକଣ୍ଡକ୍ଟର ଇଣ୍ଡିଆ ରିସର୍ଚ୍ଚ ବାଙ୍ଗାଲୁରୁ ପାଇଁ କରୁଛି । ଆସନ୍ତା ବର୍ଷ ଏହି ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯିବ ।

ସାମସଙ୍ଗ ଦ୍ୱାରା ନିଯୁକ୍ତ ଇଞ୍ଜିନିୟରମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, ମେସିନ୍ ଲର୍ନିଂ, ଇମେଜ୍ ପ୍ରୋସେସିଂ, ଇଣ୍ଟରନେଟ ଅଫ୍ ଥିଙ୍ଗସ୍, କନେକ୍ଟିଭିଟି, କ୍ଲାଉଡ୍, ବିଗ୍ ଡାଟା, ବିଜନେସ୍ ଇଣ୍ଟେଲିଜେନ୍ସି, ସିଷ୍ଟମ୍ ଅନ୍-ଏ-ଚିପ୍ ଆଦି ପଦବୀ ପାଇଁ ନିଯୁକ୍ତି ହେବେ ।

ଏହି ନିଯୁକ୍ତି ଋତୁରେ ସାମସଙ୍ଗ ଟପ୍ ଆଇଆଇଟି ଇନଷ୍ଟିଚ୍ୟୁଟରୁ ୨୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି କରିବାକୁ ଯୋଜନା କରିଛି । ଏହା ସହିତ ଆଇଆଇଟି ଏବଂ ଅନ୍ୟାନ୍ୟ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟର ୪୦୦ ପ୍ରାର୍ଥୀଙ୍କୁ ପ୍ରି-ପ୍ଲେସମେଣ୍ଟ ଅଫର ଦିଆଯିବ । ଏହି ଉପାୟରେ ଇଞ୍ଜିନିୟରିଂ ପ୍ରାର୍ଥୀମାନେ ଶୀଘ୍ର ସାମସଙ୍ଗ କମ୍ପାନୀ ସହିତ କାମ କରିବାର ସୁଯୋଗ ପାଇପାରିବେ ।

Get real time updates directly on you device, subscribe now.