fbpx

ମୁଦ୍ରାସ୍ପିତିରୁ ମିଳିବା ଆଶ୍ୱସ୍ତି! କେନ୍ଦ୍ରୀୟ ବ୍ୟାଙ୍କ୍‌ମାନଙ୍କୁ ଏହି ପରାମର୍ଶ ଦେଲେ ପୁର୍ବତ୍ତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: ବିଶ୍ୱରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ବିଭିନ୍ନ ଜିନିଷର ଦରଦାମ୍ ବଢି ଚାଲିଛି । ଏହାରି ମଧ୍ୟରେ ମୁଦ୍ରାସ୍ପିତି(ଦରଦାମ୍‌) କିପରି ନିୟନ୍ତ୍ରଣକୁ ଆସିବ ସେ ନେଇ କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ପରାମର୍ଶ ଦେଇଛନ୍ତି ପୁର୍ବତ୍ତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ । ମୁଦ୍ରାସ୍ପିତିକୁ ନିୟନ୍ତ୍ରକୁ ଆଣିବାକୁ କଡ଼ା ଆର୍ଥିକ ନୀତି ଆପଣାଇବା ବେଳେ ଏହାକୁ ଦୃଷ୍ଟିରେ ରଖିବାକୁ କହିଛନ୍ତି । ବ୍ୟାଙ୍କ ଅଫ ଥାଇଲାଣ୍ଡ ଏବଂ ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।

ରଘୁରାମ ରାଜନଙ୍କ ଏହି ପରାମର୍ଶ ଏପରି ସମୟରେ ଆସିଛି, ଯେତେବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ୍‌ଙ୍କ ଅଧ୍ୟକ୍ଷତାରେ ଆସନ୍ତା ସୋମବାରରୁ ମୌଦ୍ରିକ ନୀତି କମିଟି (ଏମପିସି)ର ବୈଠକ ଅନୁଷ୍ଠିତ ହେବ ଓ ୭ ତାରିଖରେ ମୁଦ୍ରା ନୀତି ଘୋଷଣା ହେବ।

ଶିକାଗୋ ସ୍କୁଲ୍ ଅଫ୍ ବିଜିନେସ୍ ୟୁନିଭରସିଟିର ଅର୍ଥ ବିଭାଗର ପ୍ରଫେସର ରାଜନ କହିଛନ୍ତି ଯେ, ‘କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ନିଜକୁ ପ୍ରଶ୍ନ କରିବା ଉଚିତ ଯେତେବେଳେ ମୁଦ୍ରାସ୍ଫୀତି ନିମ୍ନରୁ ଉଚ୍ଚ ସ୍ତରକୁ ଯାଉଥିଲା ସେ ସମୟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ କ’ଣ ଏହି ପ୍ରକାର ନୀତି ଆପଣାଇଥିଲେ। ଆଜି ଆମେ କାହିଁକି ବାଧ୍ୟ ହେଲୁ ତାହା ପରୀକ୍ଷା କରିବା ଆବଶ୍ୟକ। ଯଦି ଆମେ ମୁଦ୍ରାସ୍ଫୀତି କିପରି ବଢ଼ିଲା ତାହା ଜାଣି ପାରିବ ନାହିଁ, ତେବେ ପରବର୍ତ୍ତୀ ସମୟରେ ଆମେ ଏଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ ହୋଇପାରିବା କି ନାହିଁ ତାହା ଆକଳନ କରିବା ଆବଶ୍ୟକ।’

ତେଣୁ ଡି-ଗ୍ଳୋବାଲାଇଜେସନ, ଚାଇନାର ଅଭିବୃଦ୍ଧି ମନ୍ଥର ଏବଂ ଉଦୀୟମାନ ଅର୍ଥନୀତିରେ କେ ଆକୃତିର ପୁନରୁଦ୍ଧାର ହେତୁ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପାଇଁ ନୀତି ଅବଲମ୍ବନ କରିବା ଜରୁରୀ ଅଟେ। ନଚେତ ଅଭିବୃଦ୍ଧି କ୍ଷତିଗ୍ରସ୍ତ ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି। ବଢୁଥିବା ମୁଦ୍ରାସ୍ପିତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ସମେତ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାରରେ ତୀବ୍ର ବୃଦ୍ଧି କରିଛନ୍ତି, ଯାହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ଏଥି ସହିତ, ସୁଧ ହାରରେ ବୃଦ୍ଧି ହେବାର ପ୍ରଭାବ ହେତୁ ସାରା ବିଶ୍ୱରେ ଷ୍ଟକ୍ ମାର୍କେଟରେ ଅନେକ ଅସ୍ଥିରତା ଦେଖାଦେଇଛି ବୋଲି ରାଜନ କହିଛନ୍ତି।

Get real time updates directly on you device, subscribe now.