fbpx

କୃଷ୍ଠ ରୋଗର ଚିକିତ୍ସା କରୁଥିବା ଏମଡବ୍ଲୁ ଟୀକାକୁ କରୋନା ପାଇଁ ହେବ ପରୀକ୍ଷା

ନୂଆଦିଲ୍ଲୀ,୧୮ ।୪: ଭାରତର ସମସ୍ତ ଗବେଷଣା ପ୍ରତିଷ୍ଠାନ କରୋନା ଭାଇରସ୍ ପାଇଁ ଟୀକା ପ୍ରସ୍ତୁତିରେ ଲାଗିଛନ୍ତି । ସିଏସଆଇଆର ସଂସ୍ଥାଦ୍ୱାରା କୁଷ୍ଠ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏମଡବ୍ଲୁ ଟୀକାକୁ କରୋନା ବିରୋଧରେ ପରୀକ୍ଷା କରାଯାଉଛି । ଏଥିପାଇଁ ସିଏସଆଇଆରକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ଅନୁମୋଦନ ମିଳିଛି । ଖୁବଶୀଘ୍ର ଏହାର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।

ତେବେ ସିଏସଆଇଆର କହିଛି ଯେ, ଭାରତରେ କରୋନା ଭାଇରସର ବହୁ ପ୍ରଜାତି ଅଛନ୍ତି । ଭାରତକୁ ଅଲଗା ଅଲଗା ଦେଶରୁ ଲୋକ ଆସୁଛନ୍ତି । ଆମେ ଏଠାରେ ଉହାନ୍ ପରି ଭାଇରସ୍ ପାଇଛୁ । ଇରାନରୁ ଆସିଥିବା ଭାଇରସ୍ ମଧ୍ୟ ଉହାନ୍ ସହିତ ସମାନ । ଇଟାଲୀ, ୟୁରୋପ ଓ ଆମେରିକାରେ ମଧ୍ୟ ଏହି ଭାଇରସ୍ ଦେଖିବାକୁ ମିଳିଛି ।’

Get real time updates directly on you device, subscribe now.