fbpx

AAIରେ ନିଯୁକ୍ତି ସୁଯୋଗ, ୫୯୬ଟି ପଦବୀ ପାଇଁ ଜାରି ହେଲା ନୋଟିଫିକେସନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୫୯୬ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଗେଟ୍ ୨୦୨୦ / ୨୦୨୧ / ୨୦୨୨ ଜରିଆରେ କନିଷ୍ଠ କାର୍ଯ୍ୟନିର୍ବାହୀ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ୨୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୨୧ ତାରିଖରେ ସମାପ୍ତ ହେବ । ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପରେ ୱେବସାଇଟ ମାଧ୍ୟମରେ ସୂଚନା ଜାରି କରାଯିବ । ୨୦୨୩ ମସିହା ଜାନୁଆରୀ ମାସ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୨୭ ବର୍ଷ ହେବା ଜରୁରୀ । ଓବିସି (ଏନସିଏଲ), ଏସସି, ଏସଟି, ପିଡବ୍ଲ୍ୟୁଡି ଓ ଏକ୍ସ-ସର୍ଭିସମ୍ୟାନଙ୍କ କ୍ଷେତ୍ରରେ ବୟସ କୋହଳ ନିୟମ ଲାଗୁ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 22.12.2022

ନୋଟିଫିକେସନ ଲିଙ୍କ: https://www.aai.aero/sites/default/files/examdashboard_advertisement/AAI%20Advt%20No%2007%20of%202022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aai.aero/

Get real time updates directly on you device, subscribe now.