fbpx

ସୁଶାନ୍ତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷ ବିତିଲା: ଆଜି ବି ଖାଲି ପଡ଼ିଛି ତାଙ୍କର ଭଡ଼ା ଫ୍ଲାଟ୍

ନୂଆଦିଲ୍ଲୀ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସାରା ଭାରତରେ ହଇଚଇ ସୃଷ୍ଟି ହୋଇଥିଲା । ଏକ ମଧ୍ୟବିତ ପରିବାରରୁ ଯାଇ କଡ଼ା ସଂଘର୍ଷ କରି ମୁମ୍ବାଇ ପରି ମହାନଗରୀରେ ଚଳଚ୍ଚିତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ସୁଶାନ୍ତ । ମାତ୍ର ୨୦୨୦ ମସିହା ଜୁନ୍ ମାସ ୧୪ ତାରିଖରେ ଘଟିଥିଲା ଏକ ବଡ଼ ଅଘଟଣା । ବାନ୍ଦ୍ରା ସ୍ଥିତ ଭଡ଼ା ଫ୍ଲାଟରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ।

ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା । ପରେ ଏହି କେସର ତଦନ୍ତ ସିବିଆଇ କରିବା ସହ ଇଡି ମଧ୍ୟ ବେଆଇନ ଆର୍ଥିକ କାରବାରର ତଦନ୍ତ କରିଥିଲା । ଏହି ଘଟଣାରେ ବଲିଉଡ ସହ ଡ୍ରଗ୍ସ ଲିଙ୍କ ମାମଲା ପ୍ରଘଟ ହୋଇଥିଲା । କିଛି ଅଭିନେତା, ଅଭିନେତ୍ରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା । ତେବେ ବର୍ତ୍ତମାନ ବି ସ୍ପଷ୍ଟ ହୋଇପାରି ନାହିଁ ସୁଶାନ୍ତଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନା ହତ୍ୟା ।

ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ଏହା ମଧ୍ୟରେ ପାଖାପାଖି ଅଢ଼େଇ ବର୍ଷ ବିତିଯାଇଛି । ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର ସେ ପୁରୁଣା ଫ୍ଲାଟ ଖାଲି ପଡ଼ିଛି । ଉକ୍ତ ଫ୍ଲାଟର ମାସିକ ଭଡ଼ା ୫ ଲକ୍ଷ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହାକୁ କୌଣସି ବ୍ୟକ୍ତି ଭଡ଼ାରେ ନେବାକୁ ଇଚ୍ଛୁକ ହେଉ ନାହାନ୍ତି । ଏପରିକି ଆଗକୁ କୌଣସି ଅଭିନେତାଙ୍କୁ ଭଡ଼ାରେ ଫ୍ଲାଟ ଦେବାକୁ ମାଲିକ ମନା କରିଦେଇଛନ୍ତି । ଏହି ଫ୍ଲାଟରେ ଅତୀତରେ ଜଣେ ଚଳଚ୍ଚିତ୍ର ତାରକାଙ୍କ ମୃତ୍ୟୁ ଘଟିଥିଲା ଏହି ଖବର ଶୁଣିବା ପରେ କେହି ବି ଉକ୍ତ ଫ୍ଲାଟରେ ରହିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

Get real time updates directly on you device, subscribe now.