fbpx

ୟୁକ୍ରେନ୍ ପାୱାର ଗ୍ରୀଡ ଉପରେ ଆକ୍ରମଣ କଲା ଋଷ, ଅନ୍ଧାରରେ ୧୫ ଲକ୍ଷ ଲୋକେ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଗତ୯ ମାସ ଧରି ଯୁଦ୍ଧ ଜାରି ରହିଛି । ଏଥିରେ ୟୁକ୍ରେନ୍‌ର ଅନେକ ସହର ଧ୍ୱଂସ ହୋଇଯାଇଛି । ଏବେ ୟୁକ୍ରେନ୍‌ର ଅନେକ ସହର ଉପରେ ଋଷ ଇରାନ୍‌ର ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରୁଛି । ସଦ୍ୟତମ ଘଟଣା ଅନୁଯାୟୀ ୟୁକ୍ରେନ୍‌ର ଓଡେସା ଥିବା ପାୱାର ଗ୍ରୀଡ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ତେଣୁ ଓଡେସା ଏବଂ ଏହି ଅଞ୍ଚଳର ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ଅନ୍ଧାରରେ ରହବାକୁ ବାଧ୍ୟ ହୋଇଛନ୍ତି ।

ଖବର ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୟୁକ୍ରେନ୍ ରାଷ୍ଟ୍ରପତି ବଲୋଡୀମିର ଜେଲେନସ୍କି କହିଛନ୍ତି ଯେ, ଋଷ ଆକ୍ରମଣରେ ଓଡେସା ଅଞ୍ଚଳର ଥିବା ପାୱାର ଗ୍ରୀଡ ଅଚଳ ହୋଇଯାଇଛି । ଏହାକୁ ସଜାଡ଼ିବବାକୁ ପ୍ରାୟତଃ ତିନି ମାସ ଲାଗିବ ।

ତେବେ ରାଷ୍ଟ୍ରପତି କାର୍ଯ୍ୟାଳୟ ଡେପୁଟି ମୁଖ୍ୟ କିରିଲୋ ଟାଇମୋଶେଙ୍କୋ କହିଛନ୍ତି ଯେ, ଓଡେସା ବିଦ୍ୟୁତ ସଙ୍କଟ ଦେଇ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି କେବଳ ଡାକ୍ତରଖାନା ଏବଂ ପ୍ରସୂତି ୱାର୍ଡ ସହିତ ଅତ୍ୟାବଶ୍ୟକ ସୁବିଧା ପାଇଁ ବିଦ୍ୟୁତ୍ ଦିଆଯାଉଛି । କିନ୍ତୁ ଗମ୍ଭୀର ହେଉଥିବା ସେ କହିଛନ୍ତି ।

ୟୁକ୍ରେନ କହିଛି ଯେ ୟୁକ୍ରେନ ପାୱାର ଗ୍ରୀଡ ଉପରେ ଋଷ ଆକ୍ରମଣ ପରେ ଓଡେସା ସମେତ ଦେଶର ଦକ୍ଷିଣ ଅଞ୍ଚଳର ଅବସ୍ଥା ବର୍ତ୍ତମାନ ଗୁରୁତର ହୋଇଛି । ଋଷ ସୋମବାର ୟୁକ୍ରେନର ପ୍ରମୁଖ ଅଟ୍ଟାଳିକା ଉପରେ ଦଶହଜାର କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି, କ୍ରମାଗତ ଆକ୍ରମଣ ହେତୁ ବିଦ୍ୟୁତ୍ ଗ୍ରୀଡ୍ ଅବ୍ୟବହୃତ ଅବସ୍ଥାରେ ଚାଲିଛି ।

Get real time updates directly on you device, subscribe now.