fbpx

(Video) ରାଜଧାନୀରେ ଅଘଟଣ: ଚଳନ୍ତା ଯାନରେ ଲାଗିଲା ନିଆଁ, ଜଳିଗଲା ସମ୍ପୂର୍ଣ୍ଣ କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଛି ଏକ ଭୟଙ୍କର ଅଘଟଣ । ରାସ୍ତା ମଝିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ଏକ କାର୍ । ରାଜଧାନୀର ରସୁଲଗଡ଼ ଓଭରବ୍ରିଜ ଉପରେ ଘଟିଯାଇଛି ଏପରି ଏକ ଅଘଟଣ । ଆଜି ଅପରାହ୍ଣରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ଗାଡ଼ି ଚାଳକ ବର୍ତ୍ତି ଯାଇଥିବା ଜଣାପଡ଼ିଛି ।

ଖବର ମୁତାବକ, କାରଟି ରସୁଲଗଡ଼ ଓଭରବ୍ରିଜ୍ ଉପରେ ଯାଉଥିବା ସମୟରେ ଅଚାନକ ସେଥିରେ ନିଆଁ ଲାଗିଯାଇଥିଲା । ତେବେ କାରରେ ଅଚାନକ ନିଆଁ ଲାଗିବା ପରେ ସେଥିରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଗାଡ଼ି ଚାଳକ । ତେଣୁ ଏହାପରେ ସେ କାଳବିଳମ୍ବ ନକରି ସଙ୍ଗେସଙ୍ଗେ ଗାଡ଼ିରୁ ବାହାରକୁ ବାହାରି ଆସିଥିଲେ । ଏହାପରେ କିଛି ସମୟ ମଧ୍ୟରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଶର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅଗ୍ନିଶମ ଅଧିକାରୀମାନେ ଅନୁମାନ କରୁଛନ୍ତି । ଗାଡ଼ିରେ ମୋଟ ୪ ଜଣ ଯାତ୍ରୀ ବସିଥିବା ବେଳେ ସମସ୍ତେ ସୁରକ୍ଷିତ ରହିଛନ୍ତି । ଗାଡ଼ିଟି ମାତ୍ର ଏକ ବର୍ଷର ପୁରୁଣା ହୋଇଥିବା ବେଳେ ଏପରି ବଡ଼ ଅଘଟଣ ଘଟିବା ପୂର୍ବରୁ କିଛି ସୂଚନା କାହିଁକି ମିଳିଲାନି ତା’ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଥମେ କାରର ଟାୟାର ଫାଟିଥିବା ବେଳେ ତା’ପରେ ସେଥିରେ ନିଆଁ ଲାଗିଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

Get real time updates directly on you device, subscribe now.