ଗୋଆ: ‘ବିଶ୍ୱରେ ପୁର୍ବରୁ ଯୋଗ ଏବଂ ଆୟୁର୍ବେଦକୁ ଉପେକ୍ଷିତ କରାଯାଉଥିଲା। କିନ୍ତୁ ଅଜି ଏହା ପୁରା ମାନବ ସମାଜ ପାଇଁ ଏକ ନୂତନ ଆଶାରେ ପରିଣତ ହୋଇଛି। ଏହା ସହିତ ଏବେ ବିଶ୍ୱ ଯୋଗ ଦିବସରେ ପୁରା ବିଶ୍ୱ ଏହାକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ସବ ରୂପେ ପାଳନ କରୁଛି।’ ଗୋଆର ଧରଗାଲରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି।
ଗୋଆରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜିଆବାଦରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୟୁନାନି ମେଡିସିନ୍ ଏବଂ ନୂଆଦିଲ୍ଲୀରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥିର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆୟୁର୍ବେଦ ଏପରି ଏକ ଜ୍ଞାନ, ଯାହାର ଲକ୍ଷ୍ୟ ହେଉଛି ‘ସର୍ବେ ଭବନ୍ତୁ ସୁଖିନଃ, ସର୍ଭେ ସାନ୍ତୁ ନିରାମୟ’ ଏହାର ଅର୍ଥ ସମସ୍ତଙ୍କର ସୁଖ ଏବଂ ସମସ୍ତଙ୍କର ସ୍ୱାସ୍ଥ୍ୟ।’
आयुर्वेद हमें जीवन जीने का तरीका सिखाता है। pic.twitter.com/CXuhmfAzTW
— PMO India (@PMOIndia) December 11, 2022
ଏହା ସହିତ ସେ କହିଛନ୍ତି, ‘ଆୟୁର୍ବେଦ ଚିକିତ୍ସାଠୁ ଆଗକୁ ଯାଇ ସୁସ୍ଥତା ବିଷୟରେ କଥାବାର୍ତ୍ତା କରେ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରେ । ମୁଁ ଖୁସି ଯେ ଏଥିପାଇଁ ଭାରତରେ କାମ ଆରମ୍ଭ ହୋଇସାରିଛି । ବିଶ୍ୱରେ ଏବେ ଆୟୁର୍ବେଦ ବ୍ୟାପିବାରେ ଲାଗିଛି। ନକଟରେ ଆୟୋଜିତ ଆୟୁର୍ବେଦ ସମ୍ମିଳନୀରେ ୫୦ ରୁ ଅଧିକ ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ ।
Ayurveda promotes wellness. pic.twitter.com/agp2vPcV52
— PMO India (@PMOIndia) December 11, 2022
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ନିଜର ଜ୍ଞାନ, ବିଜ୍ଞାନ ଏବଂ ସାଂସ୍କୃତିକ ଅଭିଜ୍ଞତା ସହିତ ବିଶ୍ୱର କଲ୍ୟାଣର ସମାଧାନ ହେଉଛି ଅମୃତ କାଳର ବଡ଼ ଲକ୍ଷ୍ୟ । ଆୟୁର୍ବେଦ ଏଥିପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ପାଲାଟିଛି । ଭାରତ ଚଳିତ ବର୍ଷ ଜି -୨୦ ଗୋଷ୍ଠୀର ଆୟୋଜନ ଏବଂ ଅଧ୍ୟକ୍ଷତା କରୁଛି । ଆମେ ଜି-୨୦ ଶିଖର ସମ୍ମିଳନୀର ବିଷୟବସ୍ତୁକୁ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ରଖିଛୁ ।
The motto of Ayurveda is: सर्वे भवन्तु सुखिनः सर्वे सन्तु निरामयाः pic.twitter.com/Xe8fmb7dNG
— PMO India (@PMOIndia) December 11, 2022