fbpx

OPSC ପକ୍ଷରୁ ବାହାରିଲା ୩୪୮୧ଟି ପଦବୀ, ଜାଣନ୍ତୁ ଡିଟେଲ୍ସ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଓଡ଼ିଶା ସରକାରଙ୍କ ତରଫରୁ ୩୪୮୧ଟି ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଡିସେମ୍ବର ମାସ ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ପ୍ରାର୍ଥୀଙ୍କର ବୟସ ୨୦୨୩ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଭାରତୀୟ ମେଡିକାଲ ପରିଷଦ (ଏମସିଆଇ) ସ୍ୱୀକୃତିପ୍ରାପ୍ତ ଯେ କୌଣସି ମେଡିକାଲ କଲେଜ ବା ମେଡିକାଲ ଶିକ୍ଷାନୁଷ୍ଠାନରୁ ଏମବିବିଏସ ଡିଗ୍ରୀ ହାସଲ କରିଥିବା ଦରକାର । ଅଣସଂରକ୍ଷିତଙ୍କ ପାଇଁ ୧୦୦୦ଟି, ଏସଇବିସିଙ୍କ ପାଇଁ ୨୨୫ଟି, ଅନୁସୂଚିତ ଜାତିଙ୍କ ପାଇଁ ୮୫୨ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୧୪୦୪ଟି ପଦବୀ ରହିଛି ।

ମେଡିକାଲ ଅଫିସର ପଦବୀ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ । ଏହି ପରୀକ୍ଷା ୨୦୦ ମାର୍କର ହେବ, ପ୍ରତ୍ୟେକ ପ୍ରଶ୍ନ ୧ ମାର୍କ ବିଶିଷ୍ଟ ମଲଟିପୁଲ ଚଏସ୍ ରହିବ । ପରୀକ୍ଷାର ସମୟ ୩ ଘଣ୍ଟା ରହିବ । ଭୁଲ୍ ପ୍ରଶ୍ନ ପାଇଁ ନେଗେଟିଭ୍ ମାର୍କିଂ ରହିବ ନାହିଁ । ଏମସିଆଇର ଶିଲାବସ ଅନୁଯାୟୀ ଏମବିବିଏସର ପ୍ରଶ୍ନ ଆସିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 27.12.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-OPSC-Medical-Officer-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.