fbpx

JCBର ରଙ୍ଗ ହଳଦିଆ କାହିଁକି: ପୂର୍ବରୁ ଏହାର ରଙ୍ଗ ଲାଲ ଓ ଧଳା ଥିଲା, ରଙ୍ଗ ପରିବର୍ତ୍ତନ ପଛର ରହସ୍ୟ କ’ଣ

ଜେସିବିର ରଙ୍ଗ ହଳଦିଆ କାହିଁକି ହୋଇଥାଏ, ଏହା ପଛର କାରଣ ଆପଣମାନେ ଜାଣନ୍ତି କି? ତେବେ ପୂର୍ବରୁ ଜେସିବିର ରଙ୍ଗ ଧଳା ଓ ଲାଲ ରହିଥିଲା । ମାତ୍ର ସମୟକ୍ରମେ ଏହାର ରଙ୍ଗ ହଳଦିଆକୁ ବଦଳାଇ ଦିଆଯାଇଥିଲା । ତେବେ ଏହା ପଛର କାରଣ ବିଷୟରେ ଜାଣିବାକୁ ସମସ୍ତେ ନିଶ୍ଚିତ ଭାବେ ଇଚ୍ଛୁକ ପ୍ରକାଶ କରିବେ । ଯେଉଁ ସମୟରେ ଜେସିବିର ରଙ୍ଗ ଧଳା ଓ ଲାଲ ରହିଥିଲା, ସେ ସମୟରେ ଏହାର ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିଥିଲା ।

ଜେସିବି ମେଶିନର ଚାହିଦା ବେଳକୁ ବେଳ ବଢ଼ିବାରେ ଲାଗିବାରୁ ଏହାର ରଙ୍ଗ ପରିବର୍ତ୍ତନ କରାଯାଇଥିଲା । ଜେସିବିର ଡିମାଣ୍ଡ ବଢ଼ୁଥିବା ଦେଖି କମ୍ପାନୀ ତା’ର ରଙ୍ଗ ପରିବତ୍ତର୍ନ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଏହି ହଳଦିଆ ରଙ୍ଗ ନେଇ ଭାବିଚିନ୍ତି ନିଷ୍ପତ୍ତି ନିଆଯାଇଥିଲା । ଯେତେବେଳେ ସାଇଟରେ କନଷ୍ଟ୍ରକସନ କାମ ଚାଲିଥିଲା, ସେତେବେଳେ ଦୂର ସ୍ଥାନରୁ ମେଶିନ ଠିକ୍ ଭାବେ ଦୃଶ୍ୟମାନ ହେଉନଥିଲା । ଏପରିକି ରାତି ସମୟରେ ଜେସିବି ମେଶିନ ନଜର ଆସୁନଥିଲା । ତେଣୁ ହଳଦିଆ ରଙ୍ଗ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କମ୍ପାନୀ ହୃଦୟଙ୍ଗମ କରିଥିଲା ।

ଅନ୍ୟ ରଙ୍ଗ ତୁଳନାରେ ହଳଦିଆ ରଙ୍ଗର ଆକର୍ଷଣ ୧.୨୪ ଗୁଣ ଅଧିକ ରହିଥାଏ । ଅନ୍ୟ କୌଣସି ରଙ୍ଗ ଅପେକ୍ଷା ଏହା ଆଖିକୁ ଶୀଘ୍ର ଦୃଶ୍ୟମାନ ହୋଇଥାଏ । ତେବେ ଏକଥା ହୁଏତ ଅନେକ ମଧ୍ୟ ଜାଣି ନଥିବେ ଏହି ବଡ଼ ମେଶିନର ନାମ ଜେସିବି କାହିଁକି ରଖାଯାଇଥିଲା । ବାସ୍ତବରେ କମ୍ପାନୀର ନାମ ହେଉଛି ଜେସିବି । ଏହି କମ୍ପାନୀର ମାଲିକ ଓ ପ୍ରତିଷ୍ଠାତା ହେଉଛନ୍ତି ବ୍ରିଟିଶ ଅରବପତି ଜୋସେଫ ସିରିଲ ବାମ୍ଫୋର୍ଡ । ଏହି ମେସିନର ପ୍ରକୃତ ନାମ ହେଉଛି ବ୍ୟାକହୋଇ ଲୋଡର ।

Get real time updates directly on you device, subscribe now.