fbpx

ପିଏମ ଆବାସରେ ନିର୍ମାଣ ହେବ ୯ ଲକ୍ଷ ପକ୍କାଘର: ଅଭିଯୋଗ ପାଇଁ ଓଡ଼ିଶା ସରକାର ଜାରି କଲେ ହେଲ୍ପ ଲାଇନ ନମ୍ବର

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଜୁନ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢ଼େ ୯ ଲକ୍ଷ ପକ୍କାଘର ନିର୍ମାଣ କରାଯିବ।

ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥି ନିମନ୍ତେ ପ୍ରକ୍ରିୟା ତ୍ୱରାନିତ୍ୱ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ହିତାଧିକାରୀଙ୍କ ତାଲିକାକୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରତ୍ୟେକ ଗ୍ରାମ ପଂଚାୟତରେ ୧୦ ଦିନ ପାଇଁ ପ୍ରଦର୍ଶନ କରାଯିବ। ଏହି ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନିତ ହୋଇଥିଲେ, ଆପତ୍ତି ଅଭିଯୋଗ ପଂଚାୟତ ଅଥବା ବ୍ଲକ୍ କାର୍ଯ୍ୟାଳୟରେ ରଖାଯାଇଥିବା ଉଦ୍ଦିଷ୍ଟ ବାକ୍ସରେ ପକାଇପାରିବେ।

ଏତଦବ୍ୟତୀତ ଦେୟମୁକ୍ତ ନମ୍ବର ୧୮୦୦-୩୪୫୬-୭୬୮ ଏବଂ ଅନଲାଇନ୍ ମାଧ୍ୟମରେ ଅଭିଯୋଗ ଜଣାଇପାରିବେ। କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବିଡ଼ିଓ ମାନଙ୍କ ମାଧ୍ୟମରେ ସଂପୃକ୍ତ ଘରର ଫଟୋ ଉଠା ଯାଇ ଜିଓ ଟ୍ୟାଙ୍ଗି କରାଯିବ। ଏହି ଯାଞ୍ଚ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.