ରାଜସ୍ଥାନ ପାଇଁ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା? ଜିତିବା ପାଇଁ କଂଗ୍ରେସ ଖେଳିବ କି ପାଇଲଟ କାର୍ଡ

ନୂଆଦିଲ୍ଲୀ: ଆଉ ମାତ୍ର କିଛିଟା ଦିନ ପରେ ସମାପ୍ତି ହେବାକୁ ଯାଉଛି ୨୦୨୨ । ତେବେ ଏହି ବର୍ଷରେ ଏଭଳି ଅନେକ ଘଟଣା ଘଟିଛି ଯାହା ସର୍ବଦା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିଖିତ ହୋଇ ରହିବ । ତେବେ ଯଦି ଆମେ ଦେଶର ରାଜନୀତି ଉପରେ ନଜର ପକାଇବା କେଉଁଠାରେ ନୂଆ ସରକାର ଗଠନ ହୋଇଛି ତ କେଉଁଠାରେ ବର୍ଷ ବର୍ଷରୁ ପ୍ରାଧ୍ୟନ୍ୟ ବିସ୍ତାର କରିଥିବା ଗଡ କ୍ଷଣିକରେ ଭାଙ୍ଗି ଧୂଳିସାତ ହୋଇଛି । ରାଜନୀତିରେ ପରବର୍ତ୍ତୀ ପର୍ଯ୍ୟାୟରେ କଣ ହେବ ତାହାଉପରେ କେହି ଠୋସ ଦାବୀ କରିପାରନ୍ତି ନାହିଁ । କାରଣ ସରକାର ଆଉ ଆସନ ଏଠି ହେଉଛି କ୍ଷଣସ୍ଥାୟୀ । ଯାହାକୁ ଜନସମର୍ଥନ ମିଳିବ ସେଠଡାରେ ନୂତନ ସରକାର ଗଠନ ହେବ । ଏବେ ଭୋଟର ମାନେ ମଧ୍ୟ ଜାଗୃତ୍ର ହେବାର ଲାଗିଲେଣି । ଆଉ ସେମାନେ ଭାବିଚିନ୍ତି ନିଜର ଭୋଟ ସାବ୍ୟସ୍ତ କରୁଛନ୍ତି । ପ୍ରତିଶୃତିର ବନ୍ୟାରେ ନ ଭାସି ବାସ୍ତବିକ ରୂପ ଦେଖି ମତଦାନ କରୁଛନ୍ତି ।
ତେବେ ୨୦୨୩ରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାଭିତରେ ମଧ୍ୟପ୍ରଦେଶ, ରାଜସ୍ଥାନ,ଛତିଶଗଡ,କର୍ଣ୍ଣାଟକ,ତେଲେଙ୍ଗେନା,ତ୍ରିପୁରା,ମେଘାଳୟ,ନାଗାଲାଣ୍ଡ ଆଉ ମିଜୋରାମ ସାମିଲ ଅଛି ।

ସବୁ ଆସନ ପାଇଁ ଦଳ ଗୁଡିକ ଏବେ ଠାରୁ ରଣନୀତି ପ୍ରସ୍ତୁତ କରୁଛି । ବିଜେପି ଗୁଜରାଟ ଆସନ ହାତେଇବା ପରେ ଏବେ ଯେଉଁ ରାଜ୍ୟରେ ଆସନ ଦୁର୍ବଳ ରହିଛି ସେଠାରେ ଦଳ କିପରି ଭଲ ପ୍ରଦର୍ଶନ କରି ପାରିବ ତାହାକୁ ନେଇ ଏବେଠାରୁ ବୈଠକର ଡାକରା ଦେଇଛି । ତେବେ ଏହି ସବୁରୁ କିଛି ବାଦ ପଡି ନାହିଁ ସର୍ବ ପୂରାତନ ଦଳ କଂଗ୍ରେସ । କଂଗ୍ରେସ ଦଳର ଅଣଗାନ୍ଧୀ ମଲ୍ଲିକାର୍ଜୁନ ଖଡଗେ ସଭାପତି ଦାୟିତ୍ୱରେ ବସିବା ପର ଠାରୁ କଂଗ୍ରେସ କିପରି ତାର ବିଜୟ ପଥରେ ଆଗେଇ ଚାଲିବ ଏବଂ ଦଳ ଭିତରେ ଥିବା ଚାଲି ଆସିଥିବା ଗୋଷ୍ଠୀ କନ୍ଦଳକୁ ଦୂର କରିପାରିବେ ତାହା ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ସେପଟରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ବାହାରି ପଡିଛନ୍ତି । କଂଗ୍ରେସ ପ୍ରସ୍ତୁତି ଦେଖି ଲାଗୁଛି ଦଳ ଏଥର ତାର ଶ୍ରେଷ୍ଠତା ପ୍ରଦର୍ଶନ କରିବା ପାଇଁ ଖୁବ ଜୋରସୋରରେ ଲାଗିଛି ।

ତେବେ ରାହୁଲଙ୍କ ଏହି ଯାତ୍ରା ଅତି ସାଧାରଣ ଭାବରେ ଆରମ୍ଭ ହୋଇଥିବା ବେଳେ ଏହି ଯାତ୍ରାର ଏକ ମାତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ପାଖରେ ତ୍ରୃଣ ମୂଳ ସ୍ତରରେ କଂଗ୍ରେସକୁ ପହଞ୍ଚାଇବା ବୋଲି ସେ କହିଥିଲେ । ଆଉ ଆପଣ ଏବେ ଏହି ଯାତ୍ରାର ପ୍ରଭାବ କଣ ହେଉଛି ଦେଖି ପାରୁଥିବେ । ରାହୁଲଙ୍କ ସହ ଏହି ଯାତ୍ରାରେ ଆରବିଆଇ ର ପୂର୍ବତନ ଗର୍ଭନର ରଘୁରାମ ରାଜନଙ୍କ ଠାରୁ ଆରମ୍ଭ କରି କାର୍ଗିଲ ବୀର ଦୀପଚାନ୍ଦ,ତରୁଣ ଗାନ୍ଧୀ,ରିୟା ସେନ,ପୂଜା ଭଟ୍ଟ,ଆଦିତ୍ୟ ଠାକରେ,ସୁପ୍ରିୟା ସୁଲେ, ଯୋଗେନ୍ଦ୍ର ଯାଦବ ଆଗକୁ କମଲ ହାସନ ମଧ୍ୟ ଏହି ଯାତ୍ରାରେ ଯୋଡି ହେବାକୁ ଯାଉଛନ୍ତି।
ଆଉ ଏହା ଭିତରେ ଯେତେବେଳେ ଯାତ୍ରା ରାଜସ୍ଥାନରେ ପହଞ୍ଚିଥିଲା କଂଗ୍ରେସର ନେତା ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଉ ସଚିନ ପାଇଲଟ ମଧ୍ୟ ଏକା ସହିତ ଦେଖା ଦେଇଥିଲେ ।

ଯଦି ଆମେ ରାଜସ୍ଥାନ ନିର୍ବାଚନ ଉପରେ ନଜର ପକାଇବା ରାଜସ୍ଥାନରେ ପାଇଲଟ ଆଉ ଗେହଲଟଙ୍କ ଯୁଦ୍ଧ ବିଷୟରେ ସମସ୍ତଙ୍କୁ ଜଣା । ଆଉ ଯେ ଯାବତ ଏହାର ସମାଧାନ ନ ହୋଇଛି କଂଗ୍ରେସର ପ୍ରଗତି ଅସମ୍ଭବ । କାରଣ ରାଜସ୍ଥାନରେ କଂଗ୍ରେସର ସ୍ଥିତି ଭଲ ଅଛି କିନ୍ତୁ ଏଠାରେ କଂଗ୍ରେସ ସମର୍ଥକ ମାନେ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଯାଇଛନ୍ତି । ଯେଉଁଥିରେ କିଛି ଚାହୁଁଛନ୍ତି ଗେହଲଟ ମୁଖ୍ୟମନ୍ତ୍ରୀ ଆସନ ଛାଡନ୍ତୁ ଆଉ କିଛି ଅଛନ୍ତି ଯେଉଁମାନେ ଜିଦ ଲଗାଇ ବସିଛନ୍ତି ଗେହଲଟ ନ ହେଲେ ଆମେ କଂଗ୍ରେସକୁ ଭୋଟ ଦେବୁ ନାହିଁ ।

କିନ୍ତୁ ଯଦି ଆମେ ଏହା ଉପରେ ଅଧିକ ଧ୍ୟାନ ଦେବା ତେବେ ଗେହଲଟଙ୍କ ଠାରୁ ପାଇଲଟଙ୍କ ଦବଦବା ଟିକିଏ ଅଧିକ ରହିଛି । ଆଉ କଂଗ୍ରେସ ଯଦି ସଚିନ ପାଇଲଟଙ୍କୁ ଏଥର ଟିକେଟ ଦେଉଛି ତେବେ ଜିତିବାର ଆଶା ଅଧିକ ବଢ଼ିଯିବ । କାରଣ ପାଇଲଟ ଏକ ଯୁବ ଚେହେରା ଅଟନ୍ତି ଆଉ ଏହା ସହିତ ପାଇଲଟ ତାଙ୍କର କାର୍ଯ୍ୟ ପାଇଁ ସେ ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ ତାଙ୍କର ଏକ ଭାଷଣ ମଧ୍ୟ ଖୁବ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପରୋକ୍ଷ ଭାବରେ ଅଶୋକ ଗେହଲଟଙ୍କୁ ଇଙ୍ଗିତ କରି କହିଥିଲେ । ତେବେ ରାହୁଲ ଗାନ୍ଧୀ ଏବେ ଗେହଲଟ ଆଉ ପାଇଲଟ ଭିତରେ ଥିବା ମତଭେଦ କୁ ଦୂରକରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି କିନ୍ତୁ ଚଳିତଥର ଯଦି ପାଇଲଟଙ୍କୁ ଟିକେଟ ନ ଦିଆଯାଏ ତେବେ ପାଇଲଟ ଗୋଷ୍ଠୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିପାରନ୍ତି ।

ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ରାଜସ୍ଥାନର ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ବୋଲି ପ୍ରଶ୍ନ କରାଗଲା ସେ କହିଲେ ଯେ ମୁଁ ଦଳର ଅଧ୍ୟକ୍ଷ ନୁହେଁ ତେଣୁ ଏହାର ଉତ୍ତର ମଲ୍ଳିକାର୍ଜୁନ ଖଡଗେ ଦେଇପାରିବେ । ହିମାଚଳ ପ୍ରଦେଶପରି ରାଜସ୍ଥାନରେ ମଧ୍ୟ ସରକାର ପରିବର୍ତ୍ତନ ହୁଏ । ଆଉ ରାଜସ୍ଥାନରେ ଜିତିବାକୁ ହେଲେ କଂଗ୍ରେସକୁ ଏଥିରୁ କେବଳ ଜଣେ ବଞ୍ଚାଇ ପାରିବ ,ସେ ହେଉଛନ୍ତି ସଚିନ ପାଇଲଟ । ଦଳ ଯଦି ପାଇଲଟ କାର୍ଡ ଖେଳିଳା ତେବେ ବିଜୟ ନିଶ୍ଚିନ୍ତ । ତେଣୁ ଏବେ ଆଶା କରାଯାଉଛି ଯଦି ରାଜସ୍ଥାନରେ ଦଳ ଭାବିଚିନ୍ତି ଟିକେଟ ଦେଲା ତେବେ ସେଠାରେ ଆଉ କେଉଁ ସରକାର ଗଠନ କଥା ପ୍ରଶ୍ନ ଉଠୁ ନାହିଁ । କିନ୍ତୁ ଦଳ ଯଦି ଟିକେଟ ଦେବାରେ ଅବହେଳା କରେ ତେବେ କଂଗ୍ରେସକୁ ପରାଜୟରୁ କେହି ରୋକିପାରିବେ ନାହିଁ ।

ଆଗରୁ ମଧ୍ୟ ପାଇଲଟ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଉ ଚଳିତ ଥର ସେ ଆଶାବାଦୀ ଅଛନ୍ତି ତାଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା କରାଯିବାର ସୁଯୋଗ ଦିଆଯିବ । ଆଉ କଂଗ୍ରେସ ଯଦି ପାଇଲଟ ଗୋଟି ଖେଳିଲା ତେବେ ନିର୍ବାଚନରେ ଶତପ୍ରତିଶତ ବିଜୟ ହେବା ସହିତ କଂଗ୍ରେସର ଆଭିମୁଖ୍ୟ ଆଉ ଦଳ ପ୍ରତି ମଧ୍ୟ ଲୋକମାନଙ୍କର ବିଶ୍ୱାସ ନିଶ୍ଚୟ ଫେରିଆସିବ ।