ବୈଜ୍ଞାନିକମାନେ ଠାବ କଲେ ଅନନ୍ୟ ଶକ୍ତିଧାରୀ ଏକ ବିରଳ ବେଙ୍ଗ! ନିଜ ଇଚ୍ଛାରେ ଦୃଶ୍ୟମାନ ହେଉଛି ନିଜ ଇଚ୍ଛାରେ ଅଦୃଶ୍ୟ ହୋଇଯାଉଛି

ନୂଆଦିଲ୍ଲୀ: ଆମ ଧରିତ୍ରୀ ପୃଷ୍ଠରେ ଅନେକ ପ୍ରକାରର ବୃକ୍ଷଲତା, ଜୀବଜନ୍ତୁ ଓ ସରିସୃପ ବସବାସ କରିଥାନ୍ତି । ଅନେକ ଜୀବଙ୍କର ଆକୃତି, ପ୍ରକୃତି ବିଷୟରେ ମଧ୍ୟ ଆମେମାନେ ଅଜ୍ଞ ଥାଉ । ତେବେ ନିକଟରେ ବୈଜ୍ଞାନିକମାନେ ଏକ ଦିବ୍ୟଶକ୍ତି ଥିବା ଏକ ବିରଳ ବେଙ୍ଗର ସନ୍ଧାନ କରିଛନ୍ତି । ଏହି ବେଙ୍ଗଟି ଅଚାନକ ଗାଏବ ହୋଇଯାଉଥିବା ବେଳେ ପ୍ରାଣପଣେ ଯେତେ ଚେଷ୍ଟା କଲେ ବି ତାକୁ ପୁନର୍ବାର ଖୋଜି ପାଇବା ସମ୍ଭବପର ହେଉନାହିଁ ।

ସୂଚନା ମୁତାବକ, ମଧ୍ୟ ଓ ଦକ୍ଷିଣ ଆମେରିକାର ଏକ ଜଙ୍ଗଲରୁ ଏପରି ଏକ ବିରଳ ବେଙ୍ଗକୁ ଠବ କରାଯାଇଛି । ଏହି ବେଙ୍ଗର ନାମ ହେଉଛି । ନର୍ଦନ ଗ୍ଲାସଫ୍ରଗ । ନିଜକୁ ନିଜେ ଅଦୃଶ୍ୟ କରିଦେବାର ଶକ୍ତି ଏହି ବେଙ୍ଗ ପାଖରେ ରହିଛି । ସବୁଜ ପତ୍ରମାନଙ୍କରେ ଏହି ବେଙ୍ଗ ରହିଥାଏ । ତା’ର ଶରୀରରେ ଥିବା ଲାଲ ରକ୍ତ କୋଷିକା ସୁପ୍ତ ଅବସ୍ଥାରେ ଥିବା ଲିଭର ଆଡ଼କୁ ଚାଲିଯାଇଥାଏ । ଏହି କାରଣରୁ ତାହା ଏକପ୍ରକାରର ଟ୍ରାନ୍ସପାରେଣ୍ଟ ହୋଇଯାଇଥାଏ । ଏ କ୍ଷେତ୍ରରେ ଯେତେ ପ୍ରୟାସ କଲେ ମଧ୍ୟ ଉକ୍ତ ବେଙ୍ଗଟିକୁ ଖୋଜି ପାଇବା ମୁସ୍କିଲ ହୋଇଯାଇଥାଏ ।

ଏକ ଷ୍ଟଡି ମୁତାବକ, ବହୁତ ସୁନ୍ଦର ଦେଖାଯାଉଥିବା ଏହି ବେଙ୍ଗ ଅତିମାତ୍ରାରେ ବିଷାକ୍ତ ହୋଇଥାଏ । ଏହା ସାପ ପରି କାମୁଡ଼ନ୍ତି ନାହିଁ, ମାତ୍ର ପିଠି ଦ୍ୱାରା ବିଷ ଛାଡ଼ିଥାନ୍ତି । ତା’ ପାଖରେ ଅଦୃଶ୍ୟ ହୋଇଯିବାର ଶକ୍ତି ରହିଥିବାରୁ ଏହା ଶତ୍ରୁ ପାଖରୁ ସହଜରେ ମୁକୁଳି ପାରିଥାଏ । ଏଥିପାଇଁ ବେଙ୍ଗଟି ନିଜକୁ ପାରଦର୍ଶୀ କରିବା ପାଇଁ ନିଜ ଶରୀରର ପାଖାପାଖି ୯୦ ପ୍ରତିଶତ ରକ୍ତକୁ ଲିଭରକୁ ଟାଣି ନେଇନେଇଥାଏ ଓ ନିଜକୁ ପତ୍ର ମଧ୍ୟରେ ଲୁଚାଇ ପାରିଥାଏ । ତେବେ ଧରିତ୍ରୀ ବକ୍ଷରେ ଏହି ବେଙ୍ଗଟି ଏକମାତ୍ର ଜୀବ ଭାବେ ନିଜକୁ ଅଦୃଶ୍ୟ କରିବାର ଶକ୍ତି ରଖିଥିବା ରିସର୍ଚ୍ଚରେ କୁହାଯାଇଛି । ଏହି ବେଙ୍ଗକୁ ମଣିଷର ଅନେକ ବିମାରୀର ଚିକିତ୍ସା କ୍ଷେତ୍ରରେ ଉପଯୋଗ କରାଯାଇପାରେ ।