fbpx

ଗୋବିନ୍ଦ ସାହୁ ଘରେ କ୍ରାଇମବ୍ରାଞ୍ଚ; ଆତ୍ମହତ୍ୟାକୁ ନେଇ କରୁଛି ଅଧିକ ଖୋଳତାଡ

ଧର୍ମଗଡ: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଡିସେମ୍ବର ୨୦ ତାରିଖରେ କଣ୍ଟାବାଜି ଜେଲରେ ଆତ୍ମହତ୍ୟା କରିଛି । ଫଳରେ ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି କ୍ରାଇମ ବ୍ରଞ୍ଚ । ପ୍ରଥମେ ସେ କଣ୍ଟାବାଜି ଜେଲର ସିସିଟିଭି ଫୁଟଜ ଚେକ କରିଥିଲେ । ଏହାପରେ ଆଜି ମହାଲିଙ୍ଗ ଆଞ୍ଚଳିକ କଲେଜରୁ ବାହାରି ଗୋବିନ୍ଦସାହୁ ଘରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଏଥିସହିତ କଲେଜର ପୁରୁଣା ରିଜୋଲ୍ୟୁସନ୍ ରେଜିଷ୍ଟର ମଧ୍ୟ ଜବତ କରିଛି । ଗୋବିନ୍ଦସାହୁ ମୃତ୍ୟୁ ଘଟଣାରେ କ୍ରାଇମବ୍ରଞ୍ଚର ତଦନ୍ତ ଅନେକ କିଛି କଥାର ଗୁମର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ତେବେ ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । ଯାହାକୁ କଣ୍ଟାବାଞ୍ଜି ଜେଲକୁ ପଠାଇ ଦିଆଯାଇଥିଲା । ତେବେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପୁଲିସର ସୁରକ୍ଷା ଘେରାକୁ ଚକମା ଦେଇ ଟିଟିଲାଗଡ଼ ବାରାକରୁ ଚମ୍ପଟ ମାରିଥିଲେ ଯାହା ଫଳରେ ମାମଲାରେ ଶୁଣାଣି ପାଇଁ ତାଙ୍କୁ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ତେବେ ଏହି ଘଟଣାର ପରବର୍ତ୍ତି ଶୁଣାଣି ୨୦ ଡିସେମ୍ବରରେ ଏହାକୁ ଥିଲା । କିନ୍ତୁ କୋର୍ଟରେ ହାଜର ହେବା ପୂର୍ବରୁ ବେକରେ ଗାମୁଛା ଲଗାଇ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି । ଫଳରେ ଅନେକ କିଛି କଥା ଏବେ ପ୍ରଶ୍ନ ଘେରରେ ରହିବା ସହ ଗୋବିନ୍ଦର ଆତ୍ମହତ୍ୟା ମଧ୍ୟ ରହସ୍ୟ ଘେରରେ ରହିଛି । ଯାହାକୁ ନେଇ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି ।

ତେବେ ସାଇଁଟିଫିକ ଟିମ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିବା ପରେ କ୍ରାଇମବ୍ରଞ୍ଚ ଜେଲ କର୍ତ୍ତୃପକ୍ଷଙ୍କୁ ସିସିଟିଭ ଫୁଟେଜ ମାଗିଥିଲେ । ଏହାପରେ ଆଜି କ୍ରାଇମବ୍ରଞ୍ଚ ମହାଲିଙ୍ଗ ସନସାଇନ୍ କଲେଜରୁ କିଛି ଦସ୍ତାବିଜ ଜବତ କରିବା ସହ ଗବିନ୍ଦ ସାହୁ ଘର ମଧ୍ୟ ଯାଞ୍ଚ କରିବ । ଏହାପରେ ଅନେକ କିଛି କଥାର ରହସ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.