fbpx

Video: ମଦ ମହଙ୍ଗା ଥିବାରୁ ଦୁଃଖ ବଖାଣିଲେ ଗରିବ ବେପାରୀ; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ଜିନିଷ ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥିଲେ ମଧ୍ୟ ଲୋକମାନେ ସେହି ଜିନିଷକୁ ଛାଡି ପାରନ୍ତିନି । ସିଗାରେଟ୍ ପ୍ୟାକେଟରେ ଲେଖା ହୋଇଥାଏ- ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ସତ୍ତେ୍ୱ ଲୋକମାନେ ଧୂମପାନ କରନ୍ତି । ସେହିଭଳି, ମଣିଷର ଲିଭର୍ ଉପରେ ମଧ୍ୟ ମଦ୍ୟପାନର ଖରାପ ପ୍ରଭାବ ପଡିଥାଏ, କିନ୍ତୁ କିଛି ଲୋକ ମଦ୍ୟପାନ ଛାଡି଼ବା ପାଇଁ ନାରାଜ୍ । ଯଦି ସେମାନେଙ୍କୁ କୌଣସି କାରଣରୁ ମଦ ମିଳେ ନାହିଁ, ତେବେ ସେମାନଙ୍କ ଅବସ୍ଥା ଦେଖିଲେ ଆପଣଙ୍କୁ ନିଶ୍ଚିତ ହସ ଲାଗିବ । ଏହିପରି ଜଣେ ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯିଏ ମଦ କିଣିପାରୁ ନ ଥିବାରୁ ନିଜ ଦାରିଦ୍ର୍ୟତାକୁ ଦୋଷ ଦେଇଥିବା ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ଜଣେ ମହିଳା ସାମ୍ବାଦିକା ପରିବା ବିକୁଥିବା ଜଣେ ବ୍ୟକ୍ତିଙ୍କୁ ମଦ ମହଙ୍ଗା ହୋଇଛି କି ଶସ୍ତା ବୋଲି ପଚାରୁଛନ୍ତି । ଏହି ପ୍ରଶ୍ନ ଶୁଣିବା ପରେ, ସେହି ବ୍ୟକ୍ତିଙ୍କ ଯନ୍ତ୍ରଣା ଅନିୟନ୍ତ୍ରିତ ହୋଇଥିଲା ଏବଂ ସେ ବଜେଟରେ ମଦ କିଣି ପାରୁ ନଥିବାରୁ କାନ୍ଦିବାକୁ ଲାଗିଥିଲେ । ପରିବାର ପ୍ରତିପୋଷଣ କରିବା ସମ୍ଭବ ହୋଇପାରୁ ନଥିବା ବେଳେ ମହଙ୍ଗା ମଦ କିଣି ପାରିବେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଭିଡିଓରେ ଧଳା ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଟମାଟୋ ବିକ୍ରି କରୁଛନ୍ତି । ଯେତେବେଳେ ଜଣେ ମହିଳା ସାମ୍ବାଦିକା ତାଙ୍କୁ ମଦ୍ୟପାନ ବିଷୟରେ ପ୍ରଶ୍ନ କରିଛନ୍ତି, ସେତେବେଳେ ସେ କହିବାକୁ ଲାଗିଲେ ଯେ- ମଦ ମହଙ୍ଗା ହୋଇଛି,ଟମାଟୋ ବିକ୍ରି କରି ଗରିବ ଲୋକ ଏହାକୁ କିପରି କିଣି ପାରିବେ ।

 

View this post on Instagram

 

A post shared by Ashok Rawat (@kyamat_of_ashok_9991)

ଭିଡିଓରେ ଲେଖା ହୋଇଥିବା ଲୋକେସନ ଅନୁସାରେ ଏହା ବିହାରର ରାଜଧାନୀ ପାଟନାରୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆକାଉଣ୍ଟ କୟାମତ ଅଫ ଅଶୋକ ୯୯୯୧ ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି । ଡିସେମ୍ବର ୧୬ ରେ ଏହି ଭିଡିଓ ସେୟାର କରାଯାଇଛି, ଯାହାକୁ ବର୍ତ୍ତମାନ ସୁଦ୍ଧା ୩.୬ ମିଲିୟନ ଅର୍ଥାତ୍ ୩୬ ଲକ୍ଷ ଲୋକ ଦେଖିଛନ୍ତି ଏବଂ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି । ଲୋକମାନେ ଭିଡିଓରେ କମେଣ୍ଟ ଦେଇ ଉପଭୋଗ କରିଛନ୍ତି । ଜଣେ ଉପଭୋକ୍ତା କମେଣ୍ଟ କରି କହିଛନ୍ତି- “ସରକାର ଗରିବଙ୍କ ବିଷୟରେ ଚିନ୍ତା କରିବା ଉଚିତ୍’ ଏବଂ ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି- “ଗରିବ ଲୋକର କଥା ଶୁଣ’।

Get real time updates directly on you device, subscribe now.