fbpx

ଗୋଟିଏ ଘଣ୍ଟାରେ ଦୁଇ ଥର ଭୂକମ୍ପ ଝଟକା; ତୀବ୍ରତା ୪.୭ ଏବଂ ୫.୩

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ଏକ ଘଣ୍ଟା ମଧ୍ୟରେ ନେପାଳରେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନେପାଳର ଜାତୀୟ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ବାଗଲୁଙ୍ଗ ଜିଲ୍ଲାରେ ଭୂକମ୍ପର ତୀବ୍ରତା ୪.୭ ଏବଂ ୫.୩ ରହିଥିଲା । ଖବର ଅନୁଯାୟୀ, ନେପାଳର ବାଗଲୁଙ୍ଗରେ ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିନି ।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ୧ଟା ୨୩ ମିନିଟ ସମୟରେ ବାଗଲୁଙ୍ଗ ଜିଲ୍ଲାରେ ୪.୭ ତୀବ୍ରତାର ଭୂକମ୍ପ ହୋଇଥିଲା । ଦ୍ୱିତୀୟ ଭୂକମ୍ପ ବାଗଲୁଙ୍ଗ ଜିଲ୍ଲାର ଖୁଙ୍ଗା ନିକଟରେ ୨ଟା ୦୭ ମିନିଟ ସମୟରେ ହୋଇଥିଲା । ଏନଇଏମଆରସି ଟ୍ୱିଟ୍ କରି କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ମିଳିନାହିଁ ।

ଅନ୍ୟପଟେ ଏହାପୂର୍ବରୁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ୨ଟା ୧୯ ମିନିଟରେ ଉତ୍ତରପ୍ରଦେଶରେ ୩.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ ଡିସେମ୍ବରରେ ଉତ୍ତରାଖଣ୍ଡରେ ଅନେକ ଭୂକମ୍ପ ଝଟକା ହୋଇଥିଲା ।

Get real time updates directly on you device, subscribe now.