fbpx

କେଉଁ କାରଣରୁ ଟ୍ରେନ କୋଚର ରଙ୍ଗ ଲାଲ, ସବୁଜ ଏବଂ ନୀଳ ହେଇଥାଏ, ଆପଣ ଏହାର କାରଣ ଜାଣିଛନ୍ତି କି?

ନୂଆଦିଲ୍ଲୀ :ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ରେଳର ବ୍ୟବହାର କରନ୍ତି । ଭାରତ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ଆପଣ ନିଶ୍ଚିତ ଭାବରେ ଟ୍ରେନରେ ଯାତ୍ରା କରିଛନ୍ତି। ଆପଣ ନିଶ୍ଚିତ ଭାବରେ ରେଳ ଷ୍ଟେସନରେ ଧ୍ୟାନ ଦେଇଥିବେ ଯେ ସେଠାରେ ବିଭିନ୍ନ ରଙ୍ଗର ଟ୍ରେନ୍ ଛିଡା ହୋଇଛି। ଆପଣ ନିଶ୍ଚୟ ନୀଳ, ନାଲି, ସବୁଜ ଏବଂ ହଳଦିଆ ରଙ୍ଗର କୋଚ୍ ଦେଖିଥିବେ। ଆପଣ କେବେ ଚିନ୍ତା କରିଛନ୍ତି କି ଏହି କୋଚଗୁଡ଼ିକର ରଙ୍ଗ ଭିନ୍ନ କାହିଁକି ଥାଏ ? ଆପଣ କେବଳ ଏହି ରଙ୍ଗଗୁଡ଼ିକ ମାଧ୍ୟମରେ ସେହି କୋଚଗୁଡିକର ବୈଶିଷ୍ଟ୍ୟଗୁଡିକ ଜାଣିପାରିବେ। କୋଚ୍ କୁ ଦେଖି ଆପଣ କହିପାରିବେ ଏହି କୋଚ୍ କେଉଁଠାରେ ତିଆରି ହୋଇଥାନ୍ତା, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଯଦି କୋଚର ରଙ୍ଗ ସବୁଜ ଥାଏ ?

ଗରିବ ରଥ ଟ୍ରେନରେ ସବୁଜ ରଙ୍ଗର କୋଚ୍ ବ୍ୟବହାର କରାଯାଏ । ଗରିବ ରଥ ଗରିବ ଲୋକ ମାନଙ୍କୁ ଖୁବ କମ ଟଙ୍କାରେ ଯାତ୍ରା ପ୍ରଦାନ କରିଥାଏ । ଏହା ବ୍ୟତୀତ ମିଟର ଗେଜ୍ ଟ୍ରେନରେ ମାଟିଆ ରଙ୍ଗର କୋଚ୍ ବ୍ୟବହାର କରାଯାଏ। ବିଲିମୋରା ୱାଗାଇ ପାସେଞ୍ଜର ପରି ସଂକୀର୍ଣ୍ଣ ଗେଜ୍ ଟ୍ରେନରେ ହାଲୁକା ସବୁଜ ରଙ୍ଗର କୋଚ୍ ସ୍ଥାପିତ କରା ଯାଇଥାଏ। ଏଗୁଡ଼ିକରେ ମାଟିଆ ରଙ୍ଗର କୋଚ୍ ମଧ୍ୟ ବ୍ୟବହୃତ ହୁଏ ।

ଯଦି କୋଚର ରଙ୍ଗ ନାଲି ଥାଏ ?

ନାଲି ରଙ୍ଗର କୋଚଗୁଡିକ ଲିଙ୍କେ ହୋଫମ୍ୟାନ୍ ବସ୍ (LHB) କୋଚ୍ ଭାବରେ ଜଣାଶୁଣା । ୨୦୦୦ ମସିହାରେ ଏହି କୋଚଗୁଡିକ ଜର୍ମାନୀରୁ ଅଣାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି କୋଚଗୁଡିକ ପଞ୍ଜାବର କାପୁରଥାଲାରେ ନିର୍ମିତ ହେଉଛି । ଏଗୁଡ଼ିକ ଆଲୁମିନିୟମରୁ ନିର୍ମିତ ଏବଂ ଅନ୍ୟ କୋଚମାନଙ୍କ ଅପେକ୍ଷା ହାଲୁକା । ଏହି କୋଚଗୁଡ଼ିକରେ ଡିସ୍କ ବ୍ରେକ୍ ମଧ୍ୟ ବ୍ୟବହୃତ ହୁଏ । ଏହି ବିଶେଷତା ହେତୁ ଏହି କୋଚଗୁଡିକ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଦୌଡିବାକୁ ସକ୍ଷମ ହେଇପାରେ। ଏହି କୋଚଗୁଡିକ ରାଜଧାନୀ ଏବଂ ଶତାବ୍ଧୀ ପରି ହାଇ ସ୍ପିଡ୍ ଟ୍ରେନ୍ ପାଇଁ ବ୍ୟବହୃତ ହୁଏ ।ତେବେ ବର୍ତ୍ତମାନ ଏହି କୋଚଗୁଡ଼ିକୁ ଅନ୍ୟ କୋଚରେ ବ୍ୟବହାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

ଯଦି କୋଚର ରଙ୍ଗ ନୀଳ ଥାଏ ?
ଆପଣ ନିଶ୍ଚୟ ନୀଳ ରଙ୍ଗର ଅଧିକାଂଶ କୋଚ୍ ଦେଖିଥିବେ। ଏଗୁଡ଼ିକୁ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍) ମଧ୍ୟ କୁହାଯାଏ। ଏହି କୋଚଗୁଡ଼ିକ ଲୁହାରେ ନିର୍ମିତ ଏବଂ ଏହି କୋଚଗୁଡ଼ିକରେ ଏୟାର ବ୍ରେକ୍ ଲଗାଯାଇଛି ।ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍) ରେ ଏଗୁଡ଼ିକ ତିଆରି ହୋଇଛି, କିନ୍ତୁ ଧୀରେ ଧୀରେ ପର୍ଯ୍ୟାୟକ୍ରମେ LBH କୋଚ୍ ଦ୍ୱାରା ବଦଳାଯାଉଛି। ସୂଚନାମୁତାବକ ଏହି କୋଚଗୁଡିକ ଅନେକ ମେଲ୍ ଏକ୍ସପ୍ରେସ ଏବଂ ଆନ୍ତରାଜ୍ୟ ଟ୍ରେନରେ ବ୍ୟବହୃତ ହୁଏ ।

Get real time updates directly on you device, subscribe now.