fbpx

CM ପଦରୁ ହଟିବେ ନୀତିଶ! ଲାଲୁଙ୍କ ଚକ୍ରବ୍ୟୁହରୁ କେମିତି ଖସିବେ, BJPର ଭବିଷ୍ୟବାଣୀକୁ ନେଇ ବିହାର ରାଜନୀତି ହଲଚଲ

ନୂଆଦିଲ୍ଲୀ: ଗତ ଜୁନ ମାସରେ ଶିବସେନାକୁ ବିଭାଜନ କରି ମହାରାଷ୍ଟ୍ରରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସରକାର ଗଠନ କରିବାର ସକ୍ଷମ ହୋଇଥିଲା ବିଜେପି । ତେବେ ମହାରାଷ୍ଟ୍ରର ଫର୍ମୂଲା ବିଜେପି ବିହାରରେ ଲାଗୁ କରିବାକୁ ଚାହୁଁଥିଲା, ମାତ୍ର ନୀତିଶଙ୍କ ସୁଚତୁର ଗୋଟିଚାଳନା ଆଗରେ ତାହା ଫେଲ୍ ମାରିଥିଲା । ନୀତିଶ ବିଜେପିର ଷଡ଼ଯନ୍ତ୍ର ବିଷୟରେ ଆଗୁଆ ଜାଣିପାରି ଆରଜେଡି ସହିତ ହାତ ମିଳାଇଥିଲେ । ଫଳରେ ନୂଆ ସରକାରରେ ନୀତିଶ ସିଏମ୍ ଓ ଲାଲ ପ୍ରସାଦ ଯାଦବଙ୍କ ପୁତ୍ର ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ।

ତେବେ ଏହା ମଧ୍ୟରେ ପୁଣି ଏକ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି । ଖୁବ କମଦିନ ମଧ୍ୟରେ ବିହାରରେ ନୀତିଶର ଯୁଗର ଅନ୍ତ ଘଟିବ । ନୀତିଶ ଲାଲୁଙ୍କ ଚକ୍ରବ୍ୟୁହରେ ଫସି ଯାଇଛନ୍ତି । ନୀତିଶଙ୍କୁ ହଟାଇବା ଚକ୍ରାନ୍ତରେ ରହିଛି ଆରଜେଡି । ନୀତିଶ ଜଣେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ନିଜର ସୁବିଧା ପାଇଁ ସେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ହେଲିକପ୍ଟର କିଣିନଥିଲେ । ମାତ୍ର ସୁପର ସିଏମଙ୍କ ପ୍ରରୋଚନାରେ ପଡ଼ି ସେ ଏକସଙ୍ଗେ ବିମାନ ଓ ହେଲିକପ୍ଟର କିଣିଛନ୍ତି ବୋଲି ଭୟଙ୍କର ମନ୍ତବ୍ୟ ଦେଇଛନ୍ତି ରାଜ୍ୟର ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା ।

ବିଜେପି ନେତା ବିଜୟ ପୁଣି କହିଛନ୍ତି, ନୀତିଶ ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ତେଣୁ ସେ ରାଜ୍ୟର ଗରିବ ଜନତାଙ୍କ ଅର୍ଥରେ ୩୫୦ କୋଟିରେ ଜେଟ ବିମାନ ଓ ହେଲିକପ୍ଟର କିଣିଛନ୍ତି । ରାଜ୍ୟରେ ପୂର୍ବରୁ ଦୁଇ ଦୁଇଟି ହେଲିକପ୍ଟର ରହିଥିବା ବେଳେ ତାହାକୁ ମରାମତି କରାଯାଉନାହିଁ । ଏହା ଦ୍ୱାରା ପୁଣି ଥରେ ଭ୍ରଷ୍ଟାଚାର କରାଇବା ପାଇଁ ପଥ ପରିସ୍କାର ହୋଇଯାଇଛି । ନୀତିଶ ଯେତେ ଯାହା କିଣିଲେ ବି ଆସନ୍ତା ମାର୍ଚ୍ଚରେ ସେ କ୍ଷମତାରୁ ହଟିବେ । ତାଙ୍କୁ ଆରଜେଡି ପକ୍ଷରୁ ମିଛ ଆଶ୍ୱାସନା ଦିଆଯାଉଛି । ନୀତିଶ ୨୦୨୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ । ତାଙ୍କୁ ପଦରୁ ହଟାଇବା ନେଇ ସମସ୍ତ ପ୍ରସ୍ତୁତି ସରିଛି ।

Get real time updates directly on you device, subscribe now.