fbpx

ଭଦ୍ରକର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬: ଜିଲ୍ଲାପାଳ

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକର ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭଙ୍କ ଆକ୍ରାନ୍ତରେ ଯାଜପୁରର ୬ଜଣ ଆସିଥିବା ନେଇ ସୂଚନା ମିଳିଛି । ଏନେଇ ସ୍ପଷ୍ଟ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ । ୫କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ସଂସ୍ପର୍ଶରେ ୬ଜଣ ଆସିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ଗତ ୨୯ତାରିଖରେ କୋଲକାତାରୁ ୭ଜଣ ବ୍ୟକ୍ତି ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନେଉଳିଆ ଛକରେ ଓହ୍ଲାଇଥିଲେ । ଅନ୍ୟ ୬ଜଣ ସଠିପୁର ଅଞ୍ଚଳରେ ଓହ୍ଲାଇଥିଲେ । ସମ୍ପୃକ୍ତ ଥିବା ୬ଜଣ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ ବୋଲି ସେ କହିଛନ୍ତି । ଯଦି କେହି ଆସିଥାନ୍ତି ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି । ଏହାସହ ଗ୍ରାମ୍ୟ କମିଟିକୁ ଠିକଣା ଲଗାଇବାକୁ ଅନୁରୋଧ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଭଦ୍ରକରେ ଆଜି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୮ମାର୍ଚ୍ଚରୁ ୯ ଏପ୍ରିଲ ମଧ୍ୟରେ ୫ଜଣ ଯାକ କୋଲକାତାରୁ ଭଦ୍ରକ ଆସିଛନ୍ତି । ସେମାନେ ଟାଟା ମ୍ୟାଜିକ୍ ,ଟ୍ରକ୍, ବୋଲେରୋ, ଟାଟା ଏସି ଓ ମାରୁତି ଓମିନିରେ ଭଦ୍ରକ ଫେରିଥିଲେ । ୨୮ମାର୍ଚ୍ଚରେ ୨ଜଣ ଓ ୨୯ମାର୍ଚ୍ଚରେ ମଧ୍ୟ ୨ଜଣ ଫେରିଥିଲେ । ସେହିପରି ଏପ୍ରିଲ ୯ରେ ଜଣେ ଫେରିଥିଲେ । ୩ଜଣ ଭଦ୍ରକ ସ୍ଥିତ ବାସୁଦେବପୁରର ହୋଇଥିବା ବେଳେ ଅନ୍ୟ ୨ଜଣ ଭଣ୍ଡାରୀ ପୋଖରୀର ଅଞ୍ଚଳର ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତଙ୍କ ବୟସ ୪୮ରୁ ୫୮ ବର୍ଷ ହେବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.