fbpx

NTRO ପକ୍ଷରୁ ବାହାରିଲା ୧୮୨ଟି ପଦବୀ: ୨୧ ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଜାତୀୟ ବୈଷୟିକ ଗବେଷଣା ସଂଗଠନ (ଏନଟିଆରଓ) ପକ୍ଷରୁ ୧୮୨ଟି ପଦବୀ ନିମନ୍ତେ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଆଭିଏଟର-୨ ଓ ଟେକ୍ନିକାଲ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୩୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୧ରେ ସମାପ୍ତ ହେବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁଡି / ମହିଳା ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ । ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ହେବା ସହ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 31.12.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-NTRO-Avaiator-Technical-Asst-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://ntro.gov.in/ntroWeb/welcome.do

Get real time updates directly on you device, subscribe now.