fbpx

୩୧ ପର୍ଯ୍ୟନ୍ତ ବଢିଲା ମାଣ୍ଡିଆ ସଂଗ୍ରହ ପଞ୍ଜିକରଣ ଅବଧି

ଭୁବନେଶ୍ୱର: ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣର ସମୟ ସୀମାକୁ ୩୧ ଜାନୁଆରୀ  ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଅବଧି ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଅଧିକ ସଂଖ୍ୟକ ମାଣ୍ଡିଆ ଚାଷୀ ନୂତନ ଭାବେ ନିଜ ନାମ ପଞ୍ଜିକରଣ ପାଇଁ ଆସୁଥିବା ଲକ୍ଷ୍ୟ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏମ୍-ପାସ୍ ଜରିଆରେ ଅନଲାଇନ୍ ଚାଷୀ ପଞ୍ଜିକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି ।

ଏହା ଦ୍ୱାରା ଅଧିକ ସଂଖ୍ୟକ ନୂତନ ମାଣ୍ଡିଆ ଚାଷୀଙ୍କୁ ପଞ୍ଜିକରଣର ସୁବିଧା ମିଳିବ । ପଞ୍ଜିକୃତ ଚାଷୀମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ମଣ୍ଡିରେ ମାଣ୍ଡିଆ ବିକ୍ରି କରିପାରିବେ । ଆଜି ଏହି ମର୍ମରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ରାଜ୍ୟର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।

Get real time updates directly on you device, subscribe now.