fbpx
BSKY SKY
BSKY SKY

ଚୀନ୍‌କୁ କେବଳ ଭାରତ ଟକ୍କର ଦେଇପାରିବ କୌଣସି ପାଶ୍ଚାତ୍ୟ ଦେଶ ନୁହେଁ:ରାହୁଲ ଗାନ୍ଧୀ

BSKY

ନୂଆଦିଲ୍ଲୀ: ଦକ୍ଷିଣର ସୁପରଷ୍ଟାର କମଲ ହାସନଙ୍କ ସହ ରାହୁଲ ଗାନ୍ଧୀଙ୍କ ଏକ ବିଶେଷ ବାର୍ତ୍ତାଳାପ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି। ରାହୁଲ ଗାନ୍ଧୀ କମଲ ହାସନଙ୍କ ସହ ତାଙ୍କ ବାର୍ତ୍ତାଳାପର ଭିଡିଓ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ରାହୁଲ ଗାନ୍ଧୀ ଲେଖିଛନ୍ତି, ପାଶ୍ଚାତ୍ୟ ଦେଶ ନୁହେଁ କେବଳ ଭାରତ ଚୀନ୍‌କୁ ଟକ୍କର ଦେଇପାରିବ।

ଭିଡିଓରେ ରାହୁଲଙ୍କ କଥା ଶୁଣିବାକୁ ମିଳୁଛି ଯେ କେବଳ ଭାରତ ଚୀନ୍‌ କୁ ଟକ୍କର ଦେଇପାରିବ କେହି ପାଶ୍ଚାତ୍ୟ ନୁହେଁ। ସୂଚନାମୁତାବକ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ନିକଟରେ ଦିଲ୍ଲୀରେ ପହଞ୍ଚିଛି। ଦକ୍ଷିଣର ସୁପରଷ୍ଟାର କମଲ ହାସନ ଦିଲ୍ଲୀର ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଥିଲେ। ଏବେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତାର ଭିଡିଓ ସାମ୍ନାକୁ ଆସିଛି।

ରାହୁଲ ଗାନ୍ଧୀ ଭିଡିଓରେ କହିଛନ୍ତି ଯେ ସୀମାରେ କ’ଣ ଘଟୁଛି ଆମେ ନିରନ୍ତର ଶୁଣୁଛୁ ଏବଂ ଘଟଣାର ସତ୍ୟତା ହେଉଛି ଚୀନ୍ ଆମ ଅଞ୍ଚଳର ପ୍ରାୟ ୨,୦୦୦ କିଲୋମିଟର ନେଇଛି। ଆମେ କିଛି ସ୍ପଷ୍ଟ ଭାବରେ କହି ନାହୁଁ। ସେନା କହିଛି ଯେ ସେମାନେ ଆମ ଅଞ୍ଚଳରେ ବସିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମ ସୀମାକୁ କେହି ଆସିନାହାଁନ୍ତି। ଏହା ଚୀନ୍‌କୁ ଏକ ସ୍ପଷ୍ଟ ବାର୍ତ୍ତା ପଠାଉଛି ଏବଂ ବାର୍ତ୍ତା ହେଉଛି ଯେ ଭାରତ ଏହାର ପ୍ରତିଶୋଧ ନେବ ନାହିଁ? ’ବାର୍ତ୍ତାଳାପ ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ପ୍ରସଙ୍ଗରେ ବିରୋଧୀ ଏବଂ ସରକାରଙ୍କ ମଧ୍ୟରେ ଯୋଗାଯୋଗର ଚ୍ୟାନେଲ ଖୋଲା ରହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍‌ର ମୁକାବିଲା ପାଇଁ ଭାରତ ପାଶ୍ଚାତ୍ୟର ସାହାଯ୍ୟ ଆବଶ୍ୟକ କରେ ନାହିଁ। ଭାରତରେ ଯେଉଁ ସୈନିକ ମାନେ ରହିଛନ୍ତି ସେମାନେ ଚୀନ କୁ ମାତ ଦେବାପାଇଁ ବହୁତ ।

Get real time updates directly on you device, subscribe now.