fbpx

କରୋନାକୁ ନେଇ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ହକି ବିଶ୍ୱକପ୍‍ ସମୟରେ ହେବ ଅଧିକ ନମୂନା ପରୀକ୍ଷା

ଭୁବନେଶ୍ୱର: କରୋନାସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଆଗାମୀ ୩୦ ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ହେବ । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ଭିତରେରହିଛି । ଯେଉଁ ସ୍ଥାନରେ ହକି ଖେଳ ହେବ ସେଠାରେ ଅଧିକ କରୋନା ନମୂନା ପରୀକ୍ଷା କରାଯିବ । ସେ କହିଛନ୍ତି, ଢଈଈ ୧.୫ ନୂଆ ଭାରିଏଣ୍ଟ ଦେଶରେ ଚିହ୍ନଟ ହୋଇଛି । କିନ୍ତୁ ଏହାର ଲକ୍ଷଣ ଓ ଭୟାବହତା କେତେ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ସେ ନେଇ ପରୀକ୍ଷା ଚାଲିଛି ।

ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଟିକାକରଣ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ । ରାଜ୍ୟରେ ଟୀକାକରଣ ପାଇଁ ସବୁ ବ୍ୟବସ୍ଥା ଅଛି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ଟୀକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି । ହକି ବିଶ୍ୱକପ୍‍ ସମୟରେ ଅଧିକ ନମୂନା ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି। ଓଡ଼ିଶାରେ ଆସନ୍ତା ୧୩ ତାରିଖରୁ ପୁରୁଷ ହକି ବିଶ୍ୱକପ୍‍ ମ୍ୟାଚ୍‍ ଆରମ୍ଭ ହେବ। ଏହି ମ୍ୟାଚ୍‍ରେ କୌଣସି ବାଧ୍ୟତାମୂଳକ ଗାଇଡ୍‍ଲାଇନ୍‍ ରଖାଯାଇ ନ ଥିବାବେଳେ କେବଳ ସତକର୍ତା ପାଇଁ ପରାମର୍ଶ ଦିଆଯାଉଛି।

ଏହି ସମୟରେ କରୋନା ମହାମାରୀ ଯେପରି କୌଣସି ପ୍ରକାର ସମସ୍ୟା ସୃଷ୍ଟି ଙ୍କରେ ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ବିଶ୍ୱକପରେ ୧୬ଟି ଟିମ୍‍ ରହିବେ ଏବଂ ହୋଟେଲ ତାଜ୍‍ ଗ୍ରୁପ୍‍ ମ୍ୟାନେଜମେଣ୍ଟ ବ୍ୟବସ୍ଥା କରିବ ବୋଲି ଜଣାଯାଇଛି। ତେବେ ଆୟୋଜନ କ୍ଷେତ୍ରରେ ଓଡ଼ିଶା ଇତିହାସ ସୃଷ୍ଟି କରିବ ଏବଂ ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିଥିବାବେଳେ ବିଶ୍ୱକପ୍‍ରେ ମଧ୍ୟ ଏଭଳି ପ୍ରଦର୍ଶନ କରିବ ବୋଲି ମହାପାତ୍ର ଆଶାପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.