fbpx

Video: ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ମୁହାଁମୁହିଁ ଧକ୍କା ହେଲେ ଦୁଇଟି ହେଲିକପ୍ଟର, ୪ ମୃତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ‘ଗୋଲ୍‌ଡ୍‌ କୋଷ୍ଟ୍‌’ ଉପକୂଳରେ ଷୋମବାର ଦୁଇଟି ହେଲିକପ୍ଟର ମୁହାଁମୁହିଁ ହେବାରୁ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟକ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। କୁହାଯାଉଛି ଯେ ଦୁର୍ଘଟଣା ପରେ ଏକ ହେଲିକପ୍ଟର ଗୋଲ୍ଡକୋଷ୍ଟରେ ଥିବା ‘ମେନ୍ ବିଚ୍’ ନିକଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଦୁର୍ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଏଲ ହେଉଛି।

କୁଇନ୍ସଲ୍ୟାଣ୍ଡ ପୋଲିସ୍ ଇନ୍ସପେକ୍ଟର ଗ୍ୟାରୀ ୱୋରେଲଙ୍କ ଅନୁଯାୟୀ, ଦୁଇଟି ହେଲିକପ୍ଟର ଗୋଲ୍ଡକୋଷ୍ଟରେ ଉପକୂଳ ଦେଇ ଯାଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇବା ପରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଦେଖି ଲୋକାମାନଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ସେଠାରୁ ଦୌଡିବାକୁ ଲାଗିଥିଲେ। ଅଧିକାରୀଙ୍କ କହିବାନୁସାରେ। ସମୁଦ୍ର କୂଳରେ ଘଟିଥିବା ଘଟଣା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ଏଥି ସହିତ ଏହି ଦୁର୍ଘଟଣାରେ ଆହତ ସମସ୍ତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ ଏଠାରେ ଚାଲିଥିବା ଅନ୍ୟନ୍ୟ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଛନ୍ତି। ଏହା ନିକଟରେ ‘ସାଗର ୱାର୍ଲ୍ଡ ପାର୍କ’ ରହିଛି। ଛୁଟିଦିନରେ ଦେଶର ଅନ୍ୟତମ ପ୍ରିୟ ପର୍ଯ୍ୟଟନ ସ୍ଥଳ ଗୋଲ୍ଡ କୋଷ୍ଟ ବହୁତ ଭିଡ ହୋଇଥାଏ। ତେଣୁ ଏଠାରେ ବହୁତ ଲୋକ ଉପସ୍ଥିତ ଥିଲେ। ତେବେ ଏଠାରେ ଏକ ବଡ ଦୁର୍ଘଟଣାରୁ ଲୋକେ ବର୍ତ୍ତିଯାଇଛନ୍ତି ବୋଲୁ କୁହାଯାଇପାରିବ।

Get real time updates directly on you device, subscribe now.