ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ, ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଗତକାଲି ଠାରୁ ବନ୍ଦ ରହିଛି ମହାପ୍ରଭୁ ଲଙ୍ଗରାଜଙ୍କ ନୀତିକାନ୍ତି। ଗତକାଲି ୧୦ଟା ସମୟରେ ଭୋଗ ସମୟରେ ଜଣେ ମଲିଆ ସେବାୟତ ବା ଅଣ ସେବାୟତ ଭୋଗ ଛୁଇଁଥିବାରୁ ଭୋଗ ମାରା ହୋଇଥିଲା ଆଉ ଏହାକୁ ଘୋର ବିରୋଧ କରିଥିଲେ ବଡୁ ନିଜୋଗ। କିନ୍ତୁ ସବୁବେଳେ ମାରା ଭୋଗକୁ ମହାସୁଆର ସେବାୟତ ମାନେ ନେଇ, ଭକ୍ତଙ୍କୁ ବିକ୍ରି କରିଥିଲେ, ଯାହା ଭକ୍ତଙ୍କୁ କଷ୍ଟ ଦେଇଛି।

ଏହାକୁ ନେଇ ଆଜି ଏକ ବୈଠକ ବସିଥିଲା , କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ବୈଠକରେ ଯୋଗ ଦେଉନଥିଲେ ମହାସୁଆର ସେବାୟର ବା ବ୍ରହ୍ମଣ ନିଯୋଗ। ସେପଟେ ନୀତିକାନ୍ତିକୁ ସ୍ୱାଭାବିକ କରିବା ମନ୍ଦିର ପ୍ରଶାସନ ନିବେଦନ କରିଥିବା ବେଳେ, ଯଦି ସ୍ଥିତି ସ୍ୱାଭାବିକ ନ ହୁଏ ତେବେ ଏହି ପ୍ରସଙ୍ଗ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ନେବ ବୋଲି କହିଛନ୍ତି। ଅନ୍ୟପଟେ ଉଚ୍ଚସ୍ତରୀୟ ବୈଠକ ପାଇଁ ଅଡ଼ି ବସିଛନ୍ତି ବ୍ରହ୍ମଣ ନିଯୋଗ ବା ମହାସୁଆର ସେବାୟତ। ତେବେ ରୋଷ ଘର ଭିତରକୁ ଅନିଚ୍ଛାକୃତ ଭାବେ ପଶି ଭୋଗ ମାରା କରିଥିବା ମଲିଆ ସେବାୟତ ମହାପ୍ରଭୁ ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।