fbpx
BJD SKY
BJD SKY

ଭିନ୍ନ ଏକ ପର୍ବ ଟୋକିମରା: ଧରଣୀ ଦେବୀଙ୍କୁ ବଳି ଦେଲେ ସୁନାର ଫସଲ ଫଲିବା ରହିଛି ବିଶ୍ବାସ

BJD

କଳାହାଣ୍ଡି: ସପ୍ତାହେ ହେବ ଗାଁ ଉତ୍ସବ ମୁଖର ହୋଇଉଠିଛି, ଆଜି ଚାରିଆଡ଼େ ଜନ ଗହଳି। କିଏ ହାତରେ ଅସ୍ତ୍ରଶସ୍ତ୍ର ଧରିଛି ତ ଆଉ କିଏ ମହୁଲି ରସରେ ମାତାଲ। ଦୁଲୁକୁଛି ପାରମ୍ପାରିକ ବାଜା, ନାଚ ନାଚି ମସଗୁଲ ହୋଇପଡୁଛନ୍ତି ଆଦିବାସୀ। ଏହା ହୋଉଛି କୋକସରା ବ୍ଲକ ଓଲମା ଟୋକିମରା ପର୍ବର। ଆଦିବାସୀ ପରମ୍ପରାରେ ଟୋକୀ ପର୍ବ ଏକ ନିଆଁରା ପର୍ବ ।

ପୂର୍ବରୁ ଆଦିବାସୀ କନ୍ଧ ଓ ଜାନୀ ସଂପ୍ରଦାୟର ଲୋକେ ଏହି ପର୍ବ କୁ ପାଳନ ନିମନ୍ତେ ଜାନୀ, ପୁଝାରୀ ମାନେ ଧରଣୀ ଦେବୀ କୁ ଶାନ୍ତି କରିବା ପାଇଁ ନିଜ ଟୋକୀ (ଝିଅ ) କୁ ବଳି ଦେଉଥିଲେ। ଆଧୁନିକତାର ସ୍ପର୍ଶରେ ଧୀରେ ଧୀରେ ପୂଜା ବିଧିକୁ ବଜାୟ ରଖି ବର୍ତ୍ତମାନ ଟୋକୀ ବଦଳରେ ବୋଦା କୁ ବଳି ଦେଉଛନ୍ତି। ବିଶ୍ୱାସ ରହିଛି ଏହି ଟୋକୀ ପର୍ବରେ ଧରଣୀ ଦେବୀ କୁ ଶାନ୍ତନା କଲେ ଚାଷ ଭଲ ଅମଳ ହେବା ସହ ଗ୍ରାମବାସୀ ସୁଖରେ ଜୀବନ ଯାପନ କରିଥାନ୍ତି।

ଆଜି ଟୋକି ପର୍ବର ମୁଖ୍ୟ ପୁଜା ହେଉଥିବା ବେଳେ ବିଭିନ୍ନ ଗ୍ରାମରୁ ଆଦିବାସୀ ସଂପ୍ରଦାୟର ଲୋକେ ଏକତ୍ରିତ ହେବା ପରେ ପାରମ୍ପରିକ ବାଜା ଅସ୍ତ୍ରଶସ୍ତ୍ର ଧରି ସ୍ଥାପିତ ଧରଣୀ ଦେବୀଙ୍କ ଖୁଣ୍ଟ ନିକଟରେ ସାମିଲ ହୋଇଥିଲେ। ଗାଁ ମୁଣ୍ଡରେ ସ୍ଥାପିତ ଧରଣୀ ଖୁଣ୍ଟରେ ପୁଜାର୍ଚ୍ଚନା କରାଯିବା ପରେ ନିର୍ଦ୍ଦାରିତ ତିଥି ଓ ଳଗ୍ନ ଅନୁସାରେ ଦିନ ଗୋଟାଏ ସମୟରେ ଓଳମା ଗାଁ ପୁଝାରୀ ବଲଦେବ ପୁଝାରୀଙ୍କ ଘରୁ ଏକ ମେଣ୍ଢା (ଗଡରା) କୁ କଡ଼ା ସୁରକ୍ଷା ବଳୟରେ ପୁଜାସ୍ଥଳ କୁ ନିଆଯାଇ ବଳି ଦିଆଯାଇଥିଲା। ବଳି ପରେ ଉକ୍ତ ମେଣ୍ଢା ମାଂସ କୁ ନେବାପାଇଁ ବଭିନ୍ନ ଗ୍ରାମର ଆଦୀବାସୀ (କନ୍ଦ,ପରଜା) ପୁଜକ ମାନେ ଆସି ବିରିତ୍ୱ ର ସହିତ ମାଂସ କୁ ଛିଣ୍ଡେଇ ନେଇଥିଲେ। ବିଶ୍ୱାସ ରହିଛି ଏହି ମାଂସ କୁ ନେଇ ନିଜ ଘର ସମ୍ମୁଖରେ ପୋତିଲ ଆସନ୍ତା ବର୍ଷକୁ ଭଳ ଫସଲ ହେବା ସହ ଟୋକିପର୍ବ ପାଳନ କଲେ ଗାଁରେ ସୁଖ ଶାନ୍ତି ଫେରି ଆସିଥାଏ।

 

Get real time updates directly on you device, subscribe now.