fbpx

୨୦୨୨-୨୩ରେ GDP ୭ ପ୍ରତିଶତ ରହିବାର ଆକଳନ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ୨୦୨୨-୨୩ରେ ଜିଡିପି ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍ଓ) ବାର୍ଷିକ ଜିଡିପି ଅଭିବୃଦ୍ଧିର ପ୍ରଥମ ଅଗ୍ରୀମ ଆକଳନ ପ୍ରକାଶ କରିଛି । ଗତ ଆର୍ଥିକ ବର୍ଷରେ ୨୦୨୦- ୨୧ରେ ଜିଡିପି ୮.୭ ପ୍ରତିଶତ ଥିଲା । ଆରବିଆଇ ପୂର୍ବରୁ ଜିଡିପି ୭ ପ୍ରତିଶତ ବୋଲି ଆକଳନ କରିଥିଲା । କିନ୍ତୁ ଡିସେମ୍ବରରେ ଏହା ୬.୮ ପ୍ରତିଶତକୁ ହ୍ରାସ ପାଇଥିଲା ।

ଫେବୃଆରୀ ୧, ୨୦୨୩ ରେ ମୋଦୀ ସରକାର ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପଞ୍ଚମ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ ଯେଉଁଥିରେ ପରିସଂଖ୍ୟାନ ମନ୍ତ୍ରଣାଳୟର ଜିଡିପିର ଏହି ପରିସଂଖ୍ୟାନ ବଜେଟ୍ ପ୍ରସ୍ତୁତ କରିବାରେ ଆଧାର ଭାବରେ ବ୍ୟବହୃତ ହେବ । ଏହି ପରିସଂଖ୍ୟାନ ଅନୁଯାୟୀ, ୨୦୨୨-୨୩ରେ କୃଷି କ୍ଷେତ୍ର ୩.୫ ପ୍ରତିଶତ ହାରରେ ଅଭିବୃଦ୍ଧି ଦେଖାଇବ ଏବଂ ୨୦୨୧-୨୨ ରେ ଏହା ୩ ପ୍ରତିଶତ ଥିଲା । ଏଥିସହିତ ଉତ୍ପାଦନ କ୍ଷେତ୍ର ୧.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ, ୨୦୨୧-୨୨ ମସିହାରେ ଏହି କ୍ଷେତ୍ର ୯.୯ ପ୍ରତିଶତ ଥିଲା ।

ବିଦ୍ୟୁତ୍, ଗ୍ୟାସ୍, ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ଉପଯୋଗୀତା ଅଭିବୃଦ୍ଧି ହାର ୧୩.୭ ପ୍ରତିଶତ ହୋଇଥିବାବେଳେ ୨୦୨୧-୨୨ ମସିହାରେ ଏହା ୧୧.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ନିର୍ମାଣ କ୍ଷେତ୍ର ୨୦୨୨-୨୩ ରେ ୯.୧ ପ୍ରତିଶତ ହାରରେ ବୃଦ୍ଧି ପାଇବ ଏବଂ ୨୦୨୧- ୨୨ ରେ ଅଭିବୃଦ୍ଧି ହାର ୧୧.୧ ପ୍ରତିଶତ ହେବ ।

Get real time updates directly on you device, subscribe now.