fbpx

ଆସନ୍ତା ଏପ୍ରିଲ-ମେ’ରେ ହେବ ଭାରତର First Manned Mission Gaganyaan: ସୂଚନା ଦେଲେ ISRO ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ଭାରତର ପ୍ରଥମ ମାନବ ମିଶନ ଗଗନୟାନର ପ୍ରଥମ ଅବୋର୍ଟ ମିଶନ ହେବାକୁ ଯାଉଛି । ଏକ ମାନବ ବିହୀନ ମିଶନ ସହିତ ଦୁଇଟି ଅବୋର୍ଟ ମିଶନ କରିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଯୋଜନା କରାଯାଇଛି । ଏ ବାବଦରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ସୂଚନା ଦେଇଛନ୍ତି ।

ଆସନ୍ତା ଚାରି ମାସ ମଧ୍ୟରେ ଭାରତ ମହାକାଶକୁ ମାନବ ପଠାଇବା ନେଇ ନିଜର ପ୍ରଥମ ପଦକ୍ଷେପ ଆରମ୍ଭ କରିବ । ଭାରତର ପ୍ରଥମ ମାନବ ମିଶନ ଗଗନୟାନକୁ ପୂର୍ବରୁ ଇସ୍ରୋ ପକ୍ଷରୁ ସ୍ଥଗିତ ରଖାଯାଇଥିଲା । ଏବେ ଆସନ୍ତା ଏପ୍ରିଲ-ମେ ମାସରେ ଏହି ମିଶନ କରିବା ନେଇ ଇସ୍ରୋ ପକ୍ଷରୁ ଯୋଜନା କରାଯାଇଛି । ମହାକାଶ ଯାତ୍ରୀଙ୍କ ପାଇଁ ପରିବେଶ ନିୟନ୍ତ୍ରଣ ଓ ଲାଇଫ୍ ସପୋର୍ଟ ସିଷ୍ଟମ ତିଆରି କାରଣରୁ ଏହି ମିଶନକୁ ରୋକ ଯାଇଥିବା ଇସ୍ରୋ ଅଧ୍ୟକ୍ଷ ସୋମନାଥ କହିଛନ୍ତି ।

ଏହି ମହାକାଶ ଯାନକୁ ତିନି ମହାକାଶଚାରୀଙ୍କୁ ମହାକାଶକୁ ନେବା ପାଇଁ ଡିଜାଇନ କରାଯାଇଛି । ଏହା ସାତ ଦିନ ପର୍ଯ୍ୟନ୍ତ ୪୦୦ କିମି ଉଚ୍ଚତାରେ ପୃଥିବୀକୁ ପରିକ୍ରମା କରିବ । ମାନବ ମହାକାଶ ମିଶନ ରାତାରାତି ହୋଇଯାଏ ନାହିଁ । ଏହାକୁ ବିକଶିତ କରିବା ପାଇଁ ସାଧାରଣ ଭାବେ ୧୦ ବର୍ଷ ଲାଗିଥାଏ । ଭାରତରେ ଏହାକୁ ୪ ବର୍ଷରେ ସମାପ୍ତ କରାଯାଇଛି ବୋଲି ଶ୍ରୀ ସୋମନାଥ କହିଛନ୍ତି । ଭାରତର ପ୍ରଥମ ମାନବ ମିଶନ ଗତବର୍ଷ ଡିସେମ୍ବରରେ ଲଞ୍ଚ ହେବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା । ମାତ୍ର ତା’ ପରଠାରୁ ଏହି ମିଶନରେ କ୍ରମାଗତ ଭାବେ ବିଳମ୍ବ ହେଉଥିବା ଦେଖାଯାଉଛି ।

Get real time updates directly on you device, subscribe now.