fbpx

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଯଶପ୍ରୀତ ବୁମ୍ରା ବାଦ୍‌, ଜାଣନ୍ତୁ କ’ଣ ରହିଛି କାରଣ ?

ମୁମ୍ବାଇ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ୬ ଦିନ ପୁର୍ବେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ଦିନିକିଆ ସିରିଜର ଗୋଟିଏ ଦିନ ପୁର୍ବରୁ ତାଙ୍କୁ ଦିନିକିଆ ସିରିଜରୁ ବାଦ୍ ଦିଆଯାଇଛି । ଶ୍ରୀଲଙ୍କା ବିପକ୍ଷରେ ଭାରତ ଆସନ୍ତା କାଲି ଅର୍ଥାତ୍ ୧୦ ତାରିଖରୁ ଆରମ୍ଭ ହେଉଛି । ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ଟି ଦିନିକିଆ ବିଶିଷ୍ଟ ସିରିଜ ଖେଳିବ ।

ବିସିସିଆଇ ଜାରି କରିଥିବା ପ୍ରେସ୍ ରିଲିଜରେ କହିଛି ଯେ, ଜସପ୍ରିତ ବୁମ୍ରାଙ୍କୁ ନେଇ କୌଣସି ତରବରିଆ ନିଷ୍ପତି ନେବାକୁ ଚାହୁଁନାହିଁ । ଏହି କାରଣ ପାଇଁ ତାଙ୍କୁ ସମୟ ଦିଆଯାଉଛି । ଆଗକୁ ଆସୁଥିବା ବଡ଼ ସିରିଜକୁ ଲକ୍ଷ୍ୟରେ ରଖି ତାଙ୍କୁ ବିସିସିଆଇ ଏହି ରଣନୀତି ଆପଣାଇଥିବା କୁହାଯାଉଛି ।

୧୦ ତାରିଖରେ ପ୍ରଥମ ଦିନିକିଆ ଗୁୱାହାଟୀରେ, ଦ୍ୱିତୀୟ ଦିନିକିଆ ଇଡେନ୍ ଗାର୍ଡେନ୍‌ରେ ଏବଂ ଶେଷ ଦିନିକିଆ କେରଳର ଥିରୁ ଅନ୍ତପରରେ ଖେଳାଯିବ ।

Get real time updates directly on you device, subscribe now.