fbpx

(VIDEO) ଭାରତୀୟ ଟି-୨୦ ମ୍ୟାଚରୁ ବାଦ ପଡିବେ କି ରୋହିତ ଓ ବିରାଟ? ବିସିସିଆଇ ନିଷ୍ପତ୍ତି ପରେ ବଦଳିବ ଦଳ

ମୁମ୍ବାଇ: ଦଳରେ ସାମିଲ ହେବେ ନାହିଁ ଦୁଇଟି ଷ୍ଟାର ବ୍ୟାଟ୍ସମ୍ୟାନ । ଭାରତର ମଙ୍ଗ ଧରିବେ ନୂତନ ବ୍ୟାଟ୍ସମ୍ୟାନ୍ ଏବଂ ଦେଖାଇବେ ନିଜର ଦମଦାର ପଦର୍ଶନ । ତେବେ ଟି-୨୦ ବିଶ୍ୱକପ୍ ପରଠାରୁ ଭାରତୀୟ ଦଳରେ ଅନେକ ଆଭିମୁଖ୍ୟ ଦେଖିବାକୁ ମିଳିଛି । କୁହାଯାଉଛି ଯେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ ଇଣ୍ଟରନ୍ୟାସନାଲ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ । ଯାହାକି ଅନେକ ଖେଳପ୍ରେମୀଙ୍କୁ ନିରାଶ କରିବା ସହ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।ଏନେଇ କିଛି ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି ବର୍ତ୍ତମାନ ଟି-୨୦ ବିଶ୍ୱକପ ପାଇଁ ଦଳ ପ୍ରସ୍ତୁତ ହେଉଛି । ସେବେଠାରୁ କଳ୍ପନାଜଳ୍ପନା କରାଯାଉଥିଲା ଯେ, ରୋହିତ୍ ଓ ବିରାଟ ଉଭୟ ବ୍ୟାଟ୍ସମ୍ୟାନ୍ ଟି-୨୦ ଦଳରେ ମନୋନୀତ ହେବେ ନାହିଁ । ଏହି ବରିଷ୍ଠ ବ୍ୟାଟ୍ସମ୍ୟାନମାନଙ୍କୁ ଟି-୨୦ ଦଳରୁ ଦୂରରେ ରଖାଯିବ ।

ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛନ୍ତି । ଏହାଦେଖି ବିସିସିଆଇ ଏଭଳି କଠୋର ନିଷ୍ପତି ନେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଅନ୍ୟପକ୍ଷେ ରୋହିତ ଶର୍ମା କହିଛନ୍ତି ମୁଁ ଏପର୍ଯ୍ୟନ୍ତ ଟି-୨୦ ଫର୍ମାଟ ଛାଡିବାକୁ ନିଷ୍ପତି ନେଇ ନାହିଁ । ଏଥିସହିତ ଭାରତୀୟ ଟି-୨୦ ଦଳ ବିଷୟରେ କୌଣସି ସରକାରୀ ନିଷ୍ପତି ମଧ୍ୟ ନିଆଯାଇନାହିଁ । ରୋହିତ ଶର୍ମା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ୧୪୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚଗୁଡିକର ୧୪୦ ଇନିଂସରେ ସେ ହାରାହାରି ୩୧.୩୨ ପ୍ରତିଶତ ଏବଂ ଷ୍ଟ୍ରାଇକ୍ ରେଟ୍ ୧୩୯.୨୪ ହିସାବରେ ୩ହଜାର ୮୫୩ ରନ୍ କରିଥିଲେ । ଏଥିରେ ୪ ଶତକ ଏବଂ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସେହିପରି ବିରାଟ କୋହଲି ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ୧୧୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚ୍ଗୁଡିକ ୧୦୭ ଇନିଂସରେ ସେ ହାରାହାରି ୫୨.୭୩ ପ୍ରତିଶତ ଏବଂ ଷ୍ଟ୍ରାଇକରେଟ୍ ୧୩୭.୯୬ ହାରରେ ୪ହଜାର ୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ସେ ୧ ଶତକ ସହ ୩୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ତଥାପି ଏହି ଦୁଇ ଖେଳାଳୀଙ୍କୁ ଟି-୨୦ରେ ସାମିଲ କରାଯିବନାହିଁ ବୋଲି ଜଣାପଡୁଛି । ବର୍ତ୍ତମାନ ଟି-୨୦ ନବାଗତ ଖେଳାଳୀଙ୍କୁ ସାମିଲ କରାଯାଉଥିବା ବେଳେ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଦେଶ ସେମାନଙ୍କୁ ନେଇ ଆଗକୁ ବଢିବ କି ନାହିଁ ତାହା ବିସିସିଆଇ ନିଷ୍ପତି ପରେ ଜଣାପଡିବ ।

Get real time updates directly on you device, subscribe now.