fbpx

Yantra India Limited ପକ୍ଷରୁ ବାହାରିଲା ୫୪୫୦ଟି ପଦବୀ: ମାଟ୍ରିକ ପିଲାଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଯନ୍ତ୍ର ଇଣ୍ଡିଆ ଲିମିଟେଡ ପକ୍ଷରୁ ୫୪୫୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ନନ-ଆଇଟିଆଇ ଓ ଆଇଟିଆଇ ବର୍ଗରେ ଆପ୍ରେଣ୍ଟାଇସ ଟ୍ରେଡରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତ ଜାନୁଆରୀ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ବିଷୟରେ ପ୍ରାର୍ଥୀଙ୍କୁ ପରେ ସୂଚିତ କରାଇ ଦିଆଯିବ । ପ୍ରାର୍ଥୀଙ୍କର ବୟସ ୧୫ରୁ ୨୪ ବର୍ଷ ମଧ୍ୟ ହେବା ଦରକାର । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ନନ-ଆଇଟିଆଇ ବର୍ଗର ପ୍ରାର୍ଥୀମାନେ ଦଶମ ପାସ୍ କରିଥିବା ଆବଶ୍ୟକ । ସେହିପରି ଆଇଟିଆଇ ବର୍ଗର ପ୍ରାର୍ଥୀମାନେ ଦଶମ ସହିତ ଏନସିଭିଟି / ଏସସିଭିଟିରୁ ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଦରକାର ।

ଅନଲାଇନ ଆବେଦନ ଲିଙ୍କ: Available on 4th week of January 2023

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-Yantra-India-Limited-Apprentice-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.yantraindia.co.in/

Get real time updates directly on you device, subscribe now.