ଭୁବନେଶ୍ୱର: ଆସନ୍ତାକାଲି ହକି ବିଶ୍ୱକପ୍ ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ବୈଷୟିକ ଏବଂ ବୃତ୍ତିଗତ ଅନୁଷ୍ଠାନଗୁଡିକ ୩ଟା ପରେ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ ଆଇଟିଆଇ / ଡିପ୍ଲୋମା / ବୈଷୟିକ / ବୃତ୍ତିଗତ ଅନୁଷ୍ଠାନଗୁଡିକ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ସମସ୍ତ ଅଫିସ ୩ଟା ପରେ ବନ୍ଦ ରହିବ। ଏହି ସବୁ ଅନୁଷ୍ଠାନଗୁଡିକର ଛାତ୍ରମାନେ କିପରି ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ର ଉଦଘାଟନୀ ସମାରୋହରକୁ ଉପଭୋଗ କରିପାରିବେ ତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତି ନେଇଛନ୍ତି।
ଏହା ପୂର୍ବରୁ ଓଡ଼ିଶା ସରକାର କାଲି ଦିନ ୧ଟାରୁ ରାଜ୍ୟରେ ସ୍କୁଲ ଗୁଡିକ ବନ୍ଦ ଘୋଷଣା କରିଥିଲେ। ପିଲାମାନେ ହକି ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବେ ବୋଲି ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାମୁତାବକ ଆସନ୍ତାକାଲି ହେଉଛି ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ। ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମରେ ଆୟଜନ ହୋଇଛି ଉଦ୍ଘାଟନୀ ଉତ୍ସବ । ଏହା ପୂର୍ବରୁ ଏହି ଉଦଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି କଟକ ସହରରେ ଥିବା ସମସ୍ତ ସ୍କୁଲ୍, କଲେଜ ଗୁଡ଼ିକୁ ଦିନ ୨ଟାରୁ ଛୁଟି କରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଥିଲେ।