fbpx

ଶେଷ ହେଲା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି: କାଲି ମକର ବେଶରେ ଦେଖାଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀଜୀଉଙ୍କର ଏକମାସ ବ୍ୟାପୀ ପହିଲି ଭୋଗ ନୀତି ଆଜି ଶେଷ ହୋଇଛି । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ମକର ଚୌରାଶୀ ବେଶରେ ସଜ୍ଜିତ କରାଯିବ । ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ଏହି ଆକର୍ଷଣୀୟ ବେଶ ଦର୍ଶନ କରିବେ । ଦର୍ଶନାର୍ଥୀମାନଙ୍କ ସୁରକ୍ଷା ଲାଗି ଶ୍ରୀମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଛି ।

ଆସନ୍ତାକାଲି ଶ୍ରୀମନ୍ଦିରରେ ସକାଳଧୂପ ନୀତି ଅନୁଷ୍ଠିତ ହେବା ପରେ ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡକୁ ଭୋଗମଣ୍ଡପରୁ ଆଣି ସେବାୟତମାନେ ସେଥିରେ ମକର ଚାଉଳ ପ୍ରସ୍ତୁତ କରିବେ । ଏଥିସହିତ ଶ୍ରୀଜୀଉଙ୍କୁ ମକର ଚୌରାଶି ବେଶ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ମକର ଚାଉଳକୁ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ । ଏହି ଅବସରରେ ସାକ୍ଷୀଗାପାଳସ୍ଥିତ ଶ୍ରୀଗୋପାଳ ଜୀଉଙ୍କ ମନ୍ଦିର ଓ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥ ଦେବଙ୍କ ପୀଠରେ ମକର ସଂକ୍ରାନ୍ତୀ ଲାଗି କେତେକ ବିଶେଷ ନୀତି ଅନୁଷ୍ଠିତ ହେବ ।

Get real time updates directly on you device, subscribe now.