fbpx

ଗୃହମନ୍ତ୍ରୀଙ୍କ ନୂଆ ଯୋଜନା, ଘାଟିରେ ଆତଙ୍କବାଦୀଙ୍କୁ ନେଇ କଲେ ଏହି ପ୍ଲାନ

ଶ୍ରୀନଗର: ଶୁକ୍ରବାରଦିନ ଗୁହମନ୍ତ୍ରୀ ଅମିତ ଶାହ କାଶ୍ମୀରରେ ପହଁଚିଲେ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ ପ୍ଲାନକୁ ନେଇ ଏକ ସୁରକ୍ଷା ବୈଠକ ବସାଇଲେ । ଏହାପରେ ସେ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରାଇଲେ । ପ୍ରଥମେ ଅମିତ ଶାହ ସେଠାରେ ରାଜୋରୀ ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିଲେ । ଖରାପ ମୌସୁମୀ କାରଣରୁ ଏହି ଦୁର୍ଭାଗ୍ୟଜନିତ ଘଟଣା ଘଟିଥିଲା ସେଥିପାଇଁ ମୃତକଙ୍କ ପରିବାର ପାଖକୁ ସେ ଯାଇ ପାରିନଥିଲେ ହେଲେ ତାଙ୍କ ସହ ଫୋନରେ କଥାବର୍ତ୍ତା ହୋଇଥିଲେ ।

ରାଜୋରୀ ଜିଲ୍ଲାର ଧଂଗରୀ ଗାଁରେ ଜାନୁଆରୀ ୧ତାରିଖରେ ଆତଙ୍କବାଦୀ ଆକ୍ରମଣରେ ୭ଜଣ ନାଗରିକ ମୃତ୍ୟୁ ବରଣ କରିଥିଲେ । ଗୃହମନ୍ତ୍ରୀଙ୍କ ଏହି ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ରୀୟ ଗୃହସଚ୍ଚିବ ଏକେ ଭଲ୍ଲା, ଆଇବିର ପ୍ରମୁଖ ଏବଂ ସିଆରପିଏଫ, ବିଏସଏଫ ଏବଂ ୟୁଟି ପୋଲିସର ମହାନିର୍ଦ୍ଦେଶକ ଯୋଗ ଦେଇଥିଲେ ।

ଏହି ବୈଠକରେ ଗୃହମନ୍ତ୍ରୀ ସିକ୍ୟୁରିଟି ଏଜେନ୍ସି ସହିତ ସବୁ ଦିଗ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନ ଗୁଡ଼ିଗକରେ ଏକ ସୁରକ୍ଷିତ ଗ୍ରୀଡ୍ ବନାଇବା ପାଇଁ ଆଲୋଚନା କରିଥିଲେ । ଏନେଇ ବିଏସଏଫ, ସିଆରପିଏଫ, ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ସମସ୍ତ ଏଜେନ୍ସି ପ୍ରସ୍ତୁତ ଅଛନ୍ତି । ଏହି ଘଟଣାକୁ ରୋକିବା ପାଇଁ ସୁରକ୍ଷା ବାହିନୀଙ୍କ ମନବଳ ବଢାଯାଇଛି ।

ପୂର୍ବ ଦେଢବର୍ଷ ଧରି ଯେଉଁ ସବୁ ଆତଙ୍କବାଦୀ ଆକ୍ରମଣ ହୋଇଛି, ସେସବୁ କେସର ଜାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହମନ୍ତ୍ରୀ କହିଛନ୍ତି, ଆମେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସହ ଆଗକୁ ବଢୁଛୁ । ରାଜୋରୀର ଏହି କାର୍ଯ୍ୟରେ ଯେଉଁମାନେ ଲିପ୍ତ ଅଛନ୍ତି, ସେମାନଙ୍କୁ ଦଣ୍ଡ ଦିଆଯିବ । ସେ ପୁଣି କହିଛନ୍ତି, ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପରେ ଆତଙ୍କବାଦୀଙ୍କ ଘଟଣା କ୍ରମଶଃ କମିଥିଲା । ତେବେ ଘାଟିର ସୁରକ୍ଷାକୁ ନେଇ ଦେଶରେ ମଜବୁତ କାମ ଅବ୍ୟହତ ରହିବ । ରାଜୋରୀ ଆତଙ୍କବାଦୀ ଅକ୍ରମଣର ଜାଞ୍ଚ ପ୍ରକ୍ରିୟା ଏନଆଇଏ କୁ ଦିଆଯାଇଛି ।

Get real time updates directly on you device, subscribe now.