fbpx

ହକି ବିଶ୍ୱକପ: ମାଲେସିଆକୁ ଏକ ପାଖିଆ ୪-୦ ଗୋଲ୍‌ରେ ହରାଇଲା ନେଦରଲ୍ୟାଣ୍ଡସ୍‌

ସୁନ୍ଦରଗଡ଼: ଶନିବାର ଖେଳା ଯାଇଥିବା ପୁରୁଷ ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ମାଲେସିଆକୁ ୪-୦ ଗୋଲ୍‌ରେ ପରାସ୍ତ କରିଛି ନେଦରଲ୍ୟାଣ୍ଡସ୍। ମ୍ୟାଚ୍ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଦ୍ୱିତୀୟ କ୍ୱାଟରରେ ନେଦରଲ୍ୟାଣ୍ଡସ୍ ଦୁଇଟି ଗୋଲ୍ କରିଥିଲା। ୧୯ ତମ ମିନିଟ୍‌ରେ ନେଦରଲ୍ୟାଣ୍ଡସ୍ ପାଇଁ ପ୍ରଥମ ଫିଲ୍ଡ ଗୋଲ୍ ଦେଇଥିଲେ ଭାନ ଦାମ୍ ଥିଜ୍‌ସ। ଏହାପରେ ୨୩ତମ ମିନିଟ୍‌ରେ ଜନସନ ଜିପ ପେନାଲ୍ଟି ଗୋଲ୍ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ।

ତେବେ ତୃତୀୟ କ୍ୱାଟର ଶେଷ ସୁଦ୍ଧା ମାଲେସିଆକୁ ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାର ମାଲେସିଆ ଖେଳାଳିମାନେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲେ। ଅନ୍ୟପଟେ ନେଦରଲ୍ୟାଣ୍ଡସ୍‌ର ଖେଳାଳିମାନେ କୌଣସି ସୁଯୋଗ ହାତଛଡ଼ା କରୁ ନଥିଲେ ଓ ଶେଷ କ୍ୱାଟରରେ ବେନସିସ୍ ଟେଉନ୍ ୪୬ତମ ମିନିଟ୍‌ରେ ଏକ ଫିଲ୍ଡ ଗୋଲ୍ କରିଥିଲେ ଏବଂ କ୍ରୋନ୍ ଜୋରିତ ୫୯ ମିନିଟ୍‌ରେ ଆଉ ଗୋଟିଏ ଫିଲ୍ଡ ଗୋଲ୍ ଦେଇ ଦଳକୁ ୪-୦ରେ ଆଗୁଆ କରିଥିଲେ।

ଏହା ପୁର୍ବରୁ ଏଠାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ପଦାର୍ପଣ ମ୍ୟାଚ୍‌ରେ ଚିଲିକୁ ୩-୧ ଗୋଲ୍‌ରେ ପରାସ୍ତ କରିଥିଲା।

Get real time updates directly on you device, subscribe now.