fbpx

SBI ର କୋଟି କୋଟି ଗ୍ରାହକଙ୍କୁ ଝଟକା! ବ୍ୟାଙ୍କ ମହଙ୍ଗା କଲା ଲୋନ୍, ଏଣିକି ହୋମ୍-ଅଟୋ ଲୋନ୍ ପାଇଁ ଅଧିକ ଦେବାକୁ ପଡିବ EMI

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟଙ୍କ ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର କୋଟି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ବ୍ୟାଙ୍କ ଏକ ବର୍ଷିଆ ଲୋନ୍ ଉପରେ ମାର୍ଜିନାଲ୍ କଷ୍ଟ ବେଷ୍ଟ ଲୋନ୍ ହାର ଅର୍ଥାତ୍ ଏମସିଏଲଆର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବ୍ୟାଙ୍କରୁ ଲୋନ୍ ନେବା ଆହୁରି ମହଙ୍ଗା ହେବ । ବ୍ୟାଙ୍କର ନୂଆ ହାର ୧୫ ଜାନୁୟାରୀ ୨୦୨୨ ଠାରୁ ଲାଗୁ ହେବ । ରେପୋ ହାର ବୃଦ୍ଧି ପରେ ଅନେକ ବ୍ୟାଙ୍କ ଏମସିଏଲଆର ବୃଦ୍ଧି କରିଛନ୍ତି ।

ଏସବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବ୍ୟାଙ୍କ ନିଜର ୧ ବର୍ଷର ଏମସିଏଲଆର ଉପରେ ୧୦ ବେସିସ ପଏଣ୍ଟକୁ ବୃଦ୍ଧି କରିଛି । ଏମସିଏଲଆର ର ବୃଦ୍ଧି କେବଳ ଏକ ବର୍ଷ ପାଇଁ କରାଯାଇଛି । ୧ ବର୍ଷ ଏମସିଏଲଆର ବଢ଼ି ୮.୪୦ ପ୍ରତିଶତ ହୋଇଛି । ଓଭର ନାଇଟ୍ ଏମସିଏଲଆର ୭.୮୫% ରେ, ଗୋଟିଏ ଓ ୩ ମାସର ଏମସିଏଲଆର ୮ %, ୬ ମାସର ଏମସିଏଲଆର ୮.୩୦ %, ୨ ବର୍ଷର ଏମସିଏଲଆର ୮.୫୦% ଓ ୩ ବର୍ଷର ଏମସିଏଲଆର ୮.୬୦%ରେ ରହିଛି ।

ବଢ଼ିଯିବ ଇଏମଆଇ :-
ଏମସିଏଲଆରରେ ବୃଦ୍ଧି ସହିତ ଟର୍ମ ଲୋନ୍ ଉପରେ ଇଏମଆଇ ବଢ଼ିବାର ଆଶା କରାଯାଉଛି । ଅଧିକାଂଶ ଗ୍ରାହକ ଲୋନ୍ ଏକ ବର୍ଷର ମାର୍ଜିନନˆଷ୍ଟ ବେଷ୍ଟ ଲେଣ୍ଡିଂ ରେଟ୍ ଆଧାରିତ ହୋଇଥାଏ । ଏପରି ପରିସ୍ଥିତିରେ ଏମସିଏଲଆରର ବୃଦ୍ଧି ହେତୁ ବ୍ୟକ୍ତିଗତ ଲୋନ୍, ଅଟୋ ଏବଂ ହୋମ୍ ଲୋନ୍ ମହଙ୍ଗା ହୋଇପାରେ ।

Get real time updates directly on you device, subscribe now.