fbpx

ସୋସିଆଲ ମିଡ଼ିଆରେ ଷ୍ଟାର ହେବାକୁ ଚାହୁଁଛନ୍ତି କି ? ରାତାରାତି ବର୍ଷିବ ଟଙ୍କା, ଜାଣନ୍ତୁ କଣ ରହିଛି ସିକ୍ରେଟ୍‌

ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ଇନଷ୍ଟାଗ୍ରାମ୍‌ ବା ଯୁଟ୍ୟୁବ୍‌ ରିଲ୍ସ ଦେଖି ଅନେକ କଥା ଭାବୁଛନ୍ତି – ଅନ୍ୟର Views ଦେଖି ଆପଣଙ୍କର ମଧ୍ୟ ସେପରି ରିଲ୍ସ କରି ଫେମସ ହେବାକୁ ଚାହୁଁଛନ୍ତି କି ? କେବଳ ବଡ଼ ନାମ ନୁହେଁ, ବହୁତ ଲୋକଙ୍କ ପାଇଁ ଏହି ପ୍ଲାଟଫର୍ମ ଆୟର ବି ଏକ ମାଧ୍ୟମ ପାଲଟିଛି। ଏହି ପ୍ଲାଟଫର୍ମରେ ଆୟର ଅନେକ କାହାଣୀ ପ୍ରତିଦିନ ଶୁଣିବାକୁ ମିଳିଥାଏ । କିଏ କହେ ଗୋଟିଏ ଭିଡ଼ିଓରୁ ଲକ୍ଷ ଲକ୍ଷ ଟଙ୍କାର ଆୟ ହୋଇଥାଏ ତ ଆଉ କିଏ କହିଥାଏ କୋଟି କୋଟି ଟଙ୍କା । କିନ୍ତୁ ଆମେ କଣ ଏହି ନୂଆ ମାୟାନଗରୀର ଯେଉଁ କାହାଣୀ ଶୁଣୁ ତାହା ସବୁ ସତ୍ୟ।

ଏହି ଇଣ୍ଡଷ୍ଟ୍ରୀକୁ ନୂଆ ମାୟାନଗରୀ ଏଥିପାଇଁ କୁହାଯାଇପାରେ , କାରଣ ବହୁତ ଲୋକ ଏବେ ଏଥିରେ କ୍ୟାରିୟର ତଲାସରେ ଥାନ୍ତି। କିଏ ଲୋକପ୍ରିୟ ହେବାକୁ ଚାହେଁ ତ ଆଉ କିଏ ଏଠାରେ ଅଧିକ ଅର୍ଥ କମେଇବାକୁ ଚାହେଁ । କିଏ କେବେ କଣ ଭାବି ଥିଲା ସର୍ଟ ଭିଡ଼ିଓ ହେଉ ବା ପୁଣି କୌଣସି ଡାଏଲଗକୁ ନିଜର ଫଟୋରେ ଯୋଡି , ଦିନେ ଏହି ତରିକାରେ ମଧ୍ୟ ଆୟ ହୋଇପାରେ। କିନ୍ତୁ ଏବେ ଏମିତି ହୋଇ ପାରୁଛି। ଆପଣ ବି ଅନେକ ଥର ଏପରି ଆରମ୍ଭ କରିବାକୁ ଭାବିଥିଲେ , ହେଲେ କେବେ ଆପଣଙ୍କ କାମ ତ କେବେ କୌଣସି ସମସ୍ୟା ଏସବୁରେ ପ୍ରତିବନ୍ଧକ ସାଜିଥାଏ । ବହୁତ ଲୋକଙ୍କ ମନରେ ଏହି ପ୍ଲାଟଫର୍ମ ସହ ଜଡ଼ିତ ଅନେକ ପ୍ରଶ୍ନ ଥାଏ ।

ଏମିତି କିଛି ପ୍ରଶ୍ନକୁ ନେଇ ଆମେ ଲୋକପ୍ରିୟ ୟୁଟ୍ୟୁବର ଓ ଇନଫ୍ଲୁଏନ୍ସରଙ୍କ ପାଖକୁ ଯାଇଥିଲୁ , ଯିଏ ବୋଧହୁଏ ଆପଣଙ୍କୁ ସାହାଯ୍ୟ କରିପାରନ୍ତି । ଏହା ପୂର୍ବରୁ ଆମେ ଏହି ପୂରା ଯାତ୍ରାକୁ ବୁଝିବାକୁ ହେବ। ସ୍ମାର୍ଟଫୋନ୍‌ ଓ ଇଣ୍ଟରନେଟ୍‌ର ଏହି ପିଢ଼ିରେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ହେବା ବହୁ ଲୋକଙ୍କ ସ୍ୱପ୍ନ ଥାଏ । ଶସ୍କା ଡାଟା ପ୍ରାଇସ୍‌ ଲୋକଙ୍କ ପାଇଁ ଇଣ୍ଟରନେଟ୍‌ର ବ୍ୟବହାର କରିବା ଆହୁରି ସହଜ କରିଦେଇଛି। ସେପଟେ ୟୁଟ୍ୟୁବ୍ , ଇନଷ୍ଟାଗ୍ରାମ୍‌ ଓ ଅନ୍ୟ ସୋସିଆଲ ମିଡ଼ିଆ ଲୋକଙ୍କୁ ପାଇଁ ନୂଆ ବାଟ ଫିଟାଇଛି।

ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଭଳି ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ସଂଖ୍ୟାରେ ସବ୍ସକ୍ରାଇବର୍ସ ଗୋଟିଏ ଦିନରେ ଆସିନଥାନ୍ତି । ଏଥିରେ ଦୀର୍ଘ ସମୟ ଲାଗିଥାଏ । ବହୁତ ଲୋକଙ୍କ ମନରେ ଥାଏ କି ଏହି ପ୍ଲାଟଫର୍ମରେ ଥିବା ପ୍ରତି ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କାରେ ଆୟ କରୁଛନ୍ତି। ତାଙ୍କ ଜୀବନ ଖୁବ୍‌ ଆରାମରେ ବିତୁଛି । ଏହି ମାୟାନଗାରୀ ବାସ୍ତବରେ କଣ ଏମିତି .ଆସନ୍ତୁ ସେହି ଲୋକଙ୍କୁ ଠାରୁ ଜାଣିବା , ଯେଉଁମାନେ ଏଥିରେ ସମୟ ଦେଇ ଆୟ କରୁଛନ୍ତି ।

ଶ୍ଲୋକ ଶ୍ରୀବାସ୍ତବ ୟୁଟ୍ୟୁବରେ ଖୁବ୍‌ ଲୋକପ୍ରିୟ , କିନ୍ତୁ ତାଙ୍କର ଲୋକପ୍ରିୟତା ଗୋଟିଏ ଦିନରେ ହୋଇନାହିଁ । ୟୁଟ୍ୟୁବ୍‌ ହେଉ ବା ଇନଷ୍ଟାଗ୍ରାମ୍‌ ଏହି ଦୁଇ ପ୍ଲାଟଫର୍ମରେ ଫଲୋୟର୍ସ ତିଆରି କରିବାରେ ସମୟ ଲାଗିଥାଏ । ଶ୍ଲୋକ ଶ୍ରୀବାସ୍ତବ କୁହନ୍ତି ,ମୁଁ ନିଜର ବନ୍ଧୁ , ପରିବାର ଓ ପରିଚିତଙ୍କୁ ନେଇ ୟୁଟ୍ୟୁବ୍‌ ଭିଡ଼ିଓ ତିଆରି କଲି । ଏହି ସବୁ ଭିଡ଼ିଓକୁ ତିଆରି କରିବା ବେଳେ ମୁଁ ସର୍ବଦା କଣ୍ଟେଣ୍ଟକୁ ଭଲ କରିବା ଜାରି ରଖିଲି । ମୋର ଚ୍ୟାନେଲ ଟେକ ବର୍ନରର ସଫଳତା ମୋ ଟିମ୍‌ ଓ ଅଡିୟାନ୍ସ ଙ୍କ କାରଣରୁ ହୋଇଛି। ମୋ ମତରେ ନିରନ୍ତରତା , ରିଲେଟେବିଲିଟି ଓ ଅଥେଣ୍ଟିସିଟି କାରଣରୁ ମୋ ଭିଡ଼ିଓ ଲୋକଙ୍କର ପସନ୍ଦ ଆସିଲା।

ଶ୍ଲୋକ ଶ୍ରୀବାସ୍ତବ କୁହନ୍ତି , ୪ବର୍ଷରେ ତାଙ୍କର ଫଲୋୟର୍ସ ସଂଖ୍ୟା କେବଳ ୫ହଜାର ଥିଲା , ହେଲେ ଆଜ ୫କୋଟି ଯାଏ ଭ୍ୟୁଜ୍‌ ପ୍ରତି ମାସରେ ଆସୁଛି। ଏସବୁରେ ସମୟ ଲାଗିଲା , କିନ୍ତୁ ଆରମ୍ଭରେ ହିଁ ମୁଁ ଶିଖିବା ଓ ଭିଡ଼ିଓ ବନେଇବା ଜାରି ରଖିଲି।

 

Get real time updates directly on you device, subscribe now.