fbpx

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ପୁଅ: ଭାରତ-ନ୍ୟୁଜିଲାଣ୍ଡ ସିରିଜରେ ଶିବବ୍ରତଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୮ ତାରିଖରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଦିନିଆ ଏକଦିବସୀୟ ସିରିଜ୍ ଅନୁଷ୍ଠିତ ହେବାକୁ ଯାଉଛି । ନିକଟରେ ଶ୍ରୀଲଙ୍କାକୁ ୩-୦ରେ ହରାଇ ସିରିଜ ମୂଳପୋଛ କରିଥିବା ଟିମ୍ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡକୁ ଚକମା ଦେବା ଲକ୍ଷ୍ୟରେ ରହିଛି । ତେବେ ଏହି ଅବସରରେ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଜଣେ ଓଡ଼ିଆ ଯୁବକ ଟିମ୍ ଇଣ୍ଡିଆ ସହିତ ଚଳିତ ସିରିଜରେ କାର୍ଯ୍ୟ କରିବେ ।

ସୂଚନା ମୁତାବକ, ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଦସ୍ୟ ଟିମ୍ ଇଣ୍ଡିଆର ମ୍ୟାନେଜର ଭାବେ ନିଯୁକ୍ତ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ପାଇଁ ଶିବବ୍ରତଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ ସେ ଦଳ ସହିତ ରହି ତାଙ୍କର କାର୍ଯ୍ୟ ସମ୍ପାଦନ କରିବେ । ତେବେ ବର୍ତ୍ତମାନ ସମୟରେ ଓଡ଼ିଶାର କ୍ରିକେଟରମାନେ ଜାତୀୟ ସ୍ତରରେ ସ୍ଥାନ ପାଇବା ବିରଳ । ତେଣୁ ଏପରି ସ୍ଥିତିରେ ମ୍ୟାନେଜର ଭାବେ ସ୍ଥାନ ପାଇ ଶିବବ୍ରତ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି ।

ତେବେ ଶିବବ୍ରତଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା ଏହି ଅବସରରେ ଶିବବ୍ରତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଅତୀତରେ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଜାତୀୟ ସ୍ତରରେ ଦିନିକିଆ କ୍ରିକେଟ ଟିମରେ ସ୍ଥାନ ପାଇଥିଲେ । ସେହିପରି ରଞ୍ଜୀବ ବିଶ୍ୱାଳ ୨୦୧୧ ବିଶ୍ୱବିଜୟୀ ଟିମ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ବିଜୟୀ ଦଳର ସଦସ୍ୟ ଓ ଟିମ୍ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.