fbpx

ଓଡ଼ିଶାର ସରକାରୀ ସ୍କୁଲରେ ନାମଲେଖା ହାର ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ନାମଲେଖା ହାର ବୃଦ୍ଧି ପାଇଛି । କୋଭିଡ ପୂର୍ବବର୍ତ୍ତୀ ସ୍ଥିତି ତୁଳାନରେ ନାମଲେଖା ହାର ବୃଦ୍ଧି ପାଇଥିବା ଜଣାପଡିଛି । ନାମଲେଖା ହାର ବୃଦ୍ଧି ନେଇ ଅସର ରିପୋର୍ଟ ପ୍ରକାଶ ପାଇଛି । ୨୦୧୮ରେ ଏହା ୮୮% ଥିବା ବେଳେ ୨୦୨୨ ମସିହାରେ ଏହାର ୯୨.୨ ପ୍ରତିଶତ ହୋଇଥିବା ଜଣାପଡିଛି । ସେହିପରି ଅଙ୍ଗନାବାଡ଼ିରେ ୩ ବର୍ଷର ପିଲାଙ୍କ ହାର ୯୦.୩% ଥିଲା ।କିନ୍ତୁ ୨୦୨୨ରେ ଏଥିରେ ବୃଦ୍ଧି ଘଟି ୯୪.୪ ପ୍ରତିଶତରେ ପହଞ୍ଚିଛି ।

ନିକଟରେ ୬ଟି ନୂଆ ଓଡିଶା ଆଦର୍ଶ ବିଦ୍ୟାଳୟ, ୨୯ଟି ନୂଆ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ସାଧନ କେନ୍ଦ୍ରର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ସ୍କୁଲସ୍ତରରେ ଫାଇଭ ଟି ଆଧାରରେ ରୂପାନ୍ତରଣ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ସହ ସରକାରୀ ସ୍କୁଲ ପ୍ରତି ଧିରେ ଧିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିଛି । ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍‌ ଓ କ୍ରୀଡା ଭିତ୍ତିଭୂମୀ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ନାମଲେଖା ହାର ବୃଦ୍ଧି କରିଛି ।

ଜାତୀୟ ସ୍ତରରେ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ଇତିହାସ ସୃଷ୍ଟି କରିଛି । ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରାୟ ୩୦ ଲକ୍ଷ ପୂରାତନ ଛାତ୍ର ସ୍କୁଲ ଶିକ୍ଷା ସହ ଯୋଡି ହୋଇଛନ୍ତି । ରାଜ୍ୟର ସବୁ ବ୍ଲକରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବା ସହ ଗୋଟିଏ ଆଇକନିକ୍ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରୁଛନ୍ତି । ଦକ୍ଷ ଓ କୁଶଳୀ ଶିକ୍ଷକଙ୍କ ସହଯୋଗରେ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣ ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.