fbpx

ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରାଯିବ କି? ଜାଣନ୍ତୁ ସୁପ୍ରିମକୋର୍ଟରେ କ’ଣ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ‘ରାମ ସେତୁ’କୁ ଜାତୀୟ ସ୍ମାରକୀ ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର। ରାମ ସେତୁକୁ ଜାତୀୟ ସ୍ମାରକୀ କରିବନା ମାମଲାରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କହିଛନ୍ତି ଯେ, ‘ରାମସେତୁ’କୁ ଜାତୀୟ ସ୍ମାରକୀ ଘୋଷଣା କରିବା ପାଇଁ ପ୍ରକ୍ରିୟା ଚାଲିଛି । ଏହି ସମୟରେ ସୁବ୍ରମଣ୍ୟମ ସ୍ୱାମୀ କହିଥିଲେ ଯେ, ଏହି ମାମଲାକୁ ନେଇ ସଂସ୍କୃତି ମନ୍ତ୍ରଳାୟ ବୈଠକ କରିଥିଲା । ତତ୍କାଳିନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଏହି ବିଷୟରେ ଆଲୋଚନା କରିଥିଲେ । ପରେ ତାଙ୍କର ମନ୍ତ୍ରଳାୟ ପରିବର୍ତ୍ତନ ହୋଇଯାଇଥିଲା ।

ଏଥି ସହ ଭାରତର ପ୍ରଧାନ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼ କହିଛନ୍ତି ଯେ ମୁଁ ଏବଂ ଜଷ୍ଟିସ ପାରଦୀୱାଲା ଏକ କୋରମରେ ଏହି ଶୁଣାଣି କରିବୁ। ଏବଂ ଜଷ୍ଟିସ୍ ନରସିଂହ କହିଛନ୍ତି ଯେ ସେତୁ ସମୁଦ୍ରମ ପ୍ରକଳ୍ପ ମାମଲାରେ ସେ ତାମିଲନାଡୁର ପ୍ରତିନିଧିତ୍ୱ କରିଛନ୍ତି । ଏହି କାରଣରୁ ସେମାନେ ଏହି ଶୁଣାଣି କରିବେ ନାହିଁ । କୋର୍ଟ ଏହି ମାମଲାରେ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ମାମଲା ସହିତ ଜଡ଼ିତ ଅନ୍ତରୀଣ ରିପୋର୍ଟ ମାଗିଥିଲେ । ଏହାର ଜବାବାରେ ସୁବ୍ରମଣ୍ୟମ କହିଥିଲେ କି, ସେ ଅନେକ ଥର ମନ୍ତ୍ରଳାୟକୁ ଚିଠି ଲେଖିସାରିଛନ୍ତି । କିନ୍ତୁ ଏହାର କୌଣସି ଜବାବ ତାଙ୍କୁ ମିଳି ନାହିଁ ।

ସୂଚନାଯୋଗ୍ୟ ରାମସେତୁକୁ ରାଷ୍ଟ୍ରୀୟ ସ୍ମାରକୀ ଘୋଷଣା କରିବା ପାଇଁ ସୁବ୍ରମଣ୍ୟମ ସ୍ୱାମୀ ପିଟିସନ ଦାଖଲ କରିଥିଲେ । ଏଥିରେ ସେ କହିଥିଲେ କି, ରାମସେତୁ ଅନେକ ହୀନ୍ଦୁଙ୍କ ଭାବନା ସହିତ ଜଡ଼ିତ । ଏହି କାରଣରୁ ଏହାକୁ ଭଙ୍ଗା ନଯାଉ । ତେବ ଏହି ମାମାଲରେ ପେବୃଆରୀ ମଧ୍ୟରେ ଏହି ମାମଲାକୁ ନେଇ କେନ୍ଧ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଏକ ପୁର୍ଣ୍ଣ ସତ୍ୟପାଠ ଦାଖଲ କରି ପାରନ୍ତି ।

Get real time updates directly on you device, subscribe now.